
ଭୁବନେଶ୍ୱର,ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡରର ଏହି ନୂଆ ଦର ଆଜି ଜୁଲାଇ ୧ ତାରିଖରୁ, ସାରା ଦେଶରେ ଲାଗୁ ହୋଇଛି। ଏହି ବଡ଼ ହ୍ରାସ ପରେ ବର୍ତ୍ତମାନ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ୍ ସିଲିଣ୍ଡରର ମୂଲ୍ୟ ୨,୯୩୦ ଟଙ୍କା ହୋଇଯାଇଛି, ଯାହା ପୂର୍ବରୁ ୩,୧୧୩ ଟଙ୍କା ୫୦ ପଇସା ଥିଲା। ତେବେ ଘରୋଇ ଗ୍ରାହକଙ୍କୁ ଏଥର କୌଣସି ଆଶ୍ୱାସନା ମିଳିନାହିଁ। ଘରୋଇ ରୋଷେଇ ଗ୍ୟାସ୍ ଦର ପୂର୍ବଭଳି ୯୪୨ ଟଙ୍କାରେ ଅପରିବର୍ତ୍ତିତ ରହିଛି।ସରକାରୀ ତେଲ କମ୍ପାନୀଗୁଡ଼ିକ, ୧୯ କିଲୋଗ୍ରାମ ବିଶିଷ୍ଟ Commercial LPG ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ, ୧୮୩ ଟଙ୍କା ୫୦ ପଇସା ହ୍ରାସ କରିଛନ୍ତି।ଗତ ୪ ମାସ ମଧ୍ୟରେ ଭାରତରେ ବାଣିଜ୍ୟିକ ଗ୍ୟାସ୍ ଦର, କ୍ରମାଗତ ଭାବେ ୪ ଥର ବଢ଼ିଥିଲା। ତେଲ କମ୍ପାନୀଗୁଡ଼ିକ ଲଗାତାର ଭାବେ ମାର୍ଚ୍ଚରେ ୧୪୪ ଟଙ୍କା, ଏପ୍ରିଲରେ ୧୯୫.୫୦ ଟଙ୍କା, ମେ ମାସରେ ସବୁଠାରୁ ଅଧିକ ୯୯୩ ଟଙ୍କା ଏବଂ ଜୁନ୍ ମାସରେ ଆଉ ୪୨ ଟଙ୍କା ବଢ଼ାଇଥିଲେ। ଅର୍ଥାତ୍ ଏହି ୪ ମାସରେ ମୋଟ୍ ୧,୩୭୪ ଟଙ୍କା ୫୦ ପଇସା ମୂଲ୍ୟ ବୃଦ୍ଧି ପାଇଥିଲା। ସେହିଭଳି ଘରୋଇ ଗ୍ୟାସ୍ ଦର ମଧ୍ୟ ମାର୍ଚ୍ଚରେ ୬୦ ଟଙ୍କା ଏବଂ ଜୁନ୍ରେ ୨୯ ଟଙ୍କା ମିଶାଇ, ମୋଟ୍ ୮୯ ଟଙ୍କା ବଢ଼ାଯାଇଥିଲା। ଏହି ସବୁ ବଡ଼ ବୃଦ୍ଧି ପରେ ଆଜି ପ୍ରଥମ ଥର ପାଇଁ ବ୍ୟବସାୟୀମାନଙ୍କୁ ଗ୍ୟାସ୍ ଦରରୁ ସାମାନ୍ୟ ଆଶ୍ୱାସନା, ମିଳିଛି।




