
ଭୁବନେଶ୍ୱର ,ଆଜି ଭୋର ସମୟରେ ଭୁବନେଶ୍ବର ମାର୍କେଟ ବିଲ୍ଡିଙ୍ଗରେ ପୁଣି ଥରେ ଘଟିଥିଲା ଭୟାବହ ଅଗ୍ନିକାଣ୍ଡ।
ପ୍ରଥମେ ଏକ ଲୁଗା ଦୋକାନରେ, ନିଆଁ ଲାଗିଯାଇଥିଲା।
ପରେ ଏହା ଅନ୍ୟ ଦୋକାନକୁ ମଧ୍ୟ ବ୍ୟାପିଯାଇଥିଲା।
ହୁତୁହୁତୁ ଜଳିଗଲା ୧୫ରୁ ଅଧିକ, ଦୋକାନ। ସର୍ଟ ସର୍କିଟ ପାଇ ନିଆଁ ଲାଗିଥିବାର, ଅନୁମାନ କରାଯାଉଛି।
ଖବର ପାଇ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ, ପହଞ୍ଚି ନିଆଁକୁ, ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ।
ନିଆଁ ଲିଭାଇବା କାମରେ ୫ ଦମକଳ ବାହିନୀ ନିୟୋଜିତ ହୋଇଥିଲେ।




