ଜୀବନଶୈଳୀପାଣିପାଗ

ବର୍ଷା, ଭୂସ୍ଖଳନ ଓ ହଠାତ୍ ବନ୍ୟାର ଆଶଙ୍କା

ଭୁବନେଶ୍ୱର ,୨୯ ଓ ୩୦ ଜୁନ୍ ରେ ଆସାମ-ମେଘାଳୟରେ ଏବଂ ୨୯ ଜୁନ୍ ରେ ଅରୁଣାଚଳ ପ୍ରଦେଶରେ ଅତି ପ୍ରବଳ ବର୍ଷାର ସତର୍କବାଣୀ ରହିଛି। କେନ୍ଦ୍ର ଗୃହମନ୍ତ୍ରୀ ପରିସ୍ଥିତିର ସମୀକ୍ଷା କରି, ଅରୁଣାଚଳ ପ୍ରଦେଶକୁ ସମସ୍ତ ପ୍ରକାର, କେନ୍ଦ୍ରୀୟ ସହାୟତା ଯୋଗାଇବାର ଆଶ୍ୱାସନ ଦେଇଛନ୍ତି।ଉତ୍ତର-ପୂର୍ବ ଭାରତରେ ମୌସୁମୀ ବର୍ଷା ଏବେ, ବିପର୍ଯ୍ୟୟର ରୂପ ନେଇଛି। ଉଭୟ ରାଜ୍ୟରେ ବର୍ଷା ବିତ୍ପାତରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ଅରୁଣାଚଳ ପ୍ରଦେଶରେ ଫ୍ଲାସ୍ ଫ୍ଲଡ୍ ଓ ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବାବେଳେ, ୧୨ଟି ଜିଲ୍ଲା ପ୍ରଭାବିତ ହୋଇଛି। ରାଜ୍ୟର ବିଭିନ୍ନରେ, ଭୂସ୍ଖଳନ ଓ ଫ୍ଲାସ୍ ଫ୍ଲଡ୍ ଜନଜୀବନକୁ ବିପର୍ଯ୍ୟସ୍ତ କରି ଦେଇଛି। ସେପଟେ ଆସାମର ୬ଟି ଜିଲ୍ଲା ବନ୍ୟା କବଳରେ। ରାଜ୍ୟରେ ରେଳ ଓ ସଡ଼କ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ଏବଂ ଅନେକ ଗାଁ ଜଳମଗ୍ନ ହୋଇଛି। ଭାରତୀୟ ପାଣିପାଗ ବିଭାଗ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଉତ୍ତର-ପୂର୍ବ ଭାରତରେ, ପ୍ରବଳରୁ ଅତି ପ୍ରବଳ ବର୍ଷା, ଭୂସ୍ଖଳନ ଓ ହଠାତ୍ ବନ୍ୟାର ଆଶଙ୍କା ଜାରି କରିଛି।

Related Articles

Back to top button