Uncategorized

ସାରର ମହଜୁଦ ପାଇଁ ୪୨ କୋଟିର ସୁଧ ରିହାତି ଯୋଜନାକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟର ଚାଷୀମାନଙ୍କୁ ସଠିକ୍ ସମୟରେ ସାର ଉପଲବ୍ଧ କରାଇବା ଏବଂ ସେମାନଙ୍କୁ କଳାବଜାରୀରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସମବାୟ ସମିତିଗୁଡ଼ିକ ଦ୍ୱାରା ସାର ବଣ୍ଟନ ପ୍ରକ୍ରିୟାକୁ ଆହୁରି ସହଜ ଓ ପ୍ରୋତ୍ସାହିତ କରିବା ପାଇଁ ସରକାର ୪୨ କୋଟି ଟଙ୍କାର ଏକ ସୁଧ ରିହାତି ଯୋଜନାକୁ ମଞ୍ଜୁର କରିଛନ୍ତି। ସମବାୟ ବିଭାଗର କମିଶନର-ତଥା-ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ଥାୟୀ ଆର୍ଥିକ କମିଟି (SFC)ର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଏହି ନୂତନ ଯୋଜନାର ନାମ “ସାରର ପୂର୍ବ-ମହଜୁଦ (ପ୍ରି-ପୋଜିସନିଂ) ପାଇଁ କ୍ୟାଶ୍ କ୍ରେଡିଟ୍ ଋଣ ଉପରେ ସୁଧ ରିହାତି” ରଖାଯାଇଛି। ଅର୍ଥ ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷରୁ ହିଁ ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ଗ୍ରୀନ୍ ସିଗନାଲ୍ ବା ଅନୁମୋଦନ ପ୍ରଦାନ କରାଯାଇସାରିଛି।

Related Articles

Back to top button