
ଭୁବନେଶ୍ୱର ,ବର୍ଷା ନାହିଁ ବୋଲି ଜଳଭଣ୍ଡାର ଗୁଡିକରେ, ପର୍ଯ୍ୟାପ୍ତ ସ୍ଥାନ ଅଛି। ରେଙ୍ଗାଲି ଓ ଲୋୟର ଇନ୍ଦ୍ର ଜଳଭଣ୍ଡାରରେ କମ ପାଣି ଅଛି।
ପ୍ରତି ଜିଲ୍ଲାରେ, କମ ବର୍ଷା ହେବ ବୋଲି ଅନୁମାନ କରାଯାଉଛି। ତେଣୁ ଚାଷ କାମ ପାଇଁ ଏବେଠୁ ପାଣି ସଂରକ୍ଷଣ କରାଯାଉଛି। ଜୁନରେ ଯେତିକି ଆକଳନ କରାଯାଇଥିଲା, ଏଯାଏଁ ତା’ଠୁ କମ ବର୍ଷା ହେଇଛି।
କୃଷି ବିଭାଗ ସହ ସମନ୍ୱୟ ରଖି ଏକ କଣ୍ଟିଜେନ୍ସି ପ୍ଲାନ ପ୍ରସ୍ତୁତ କରିବାକୁ ଜଳ ସମ୍ପଦ ବିଭାଗକୁ, ସରକାର ନିର୍ଦ୍ଦେଶ ଦେଇଛନ୍ତି।
ଏବେ ବଡ଼ ବନ୍ୟା ପାଇଁ ଚିନ୍ତା କରିବାର ନାହିଁ, ହେଲେ ବନ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ, ପ୍ରସ୍ତୁତ ଅଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।
ଯେତିକି ଦରକାର, ସେତିକି ପାଣି ବ୍ୟବହାର ହେବ, ଯେପରି ଚାଷ କାମ ବାଧାପ୍ରାପ୍ତ ନ ହୁଏ, ,ସେଥିପାଇଁ ଜଳ ସଂରକ୍ଷଣକୁ,ସରକାର ପ୍ରାଥମିକତା ଦେଉଛନ୍ତି।




