ଅନ୍ୟାନ୍ୟଶିକ୍ଷା

ସାରା ଦେଶରେ ଖୁବ୍ କଡ଼ା ସୁରକ୍ଷା ଭିତରେ ନିଟ୍ ପରୀକ୍ଷା

ଭୁବନେଶ୍ୱର ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିଲ୍ଲୀ ଏୟାରପୋର୍ଟରୁ, ନିଜ ଘରକୁ ଫେରିବା ପ୍ରକ୍ରିୟାକୁ କିଛି ସମୟ ଅଟକାଇ ଦେଇଥିଲେ।ମୋଦୀ ଦ୍ୱପ୍ରହର ପ୍ରାୟ ୧ଟା ୧୫ରେ ଏୟାରପୋର୍ଟରେ, ପହଞ୍ଚିଥିଲେ। ସେତେବେଳକୁ ନିଟ୍ ପରୀକ୍ଷା ଆରମ୍ଭ ହେବାକୁ ମାତ୍ର ୪୫ ମିନିଟ୍ ବାକି ଥିଲା। ସେଠାରୁ ସିଧା ନିଜ ଘରକୁ ନଯାଇ, ସେ ଏୟାରପୋର୍ଟରେ ହିଁ ଅପେକ୍ଷା କରିବାକୁ, ଉଚିତ୍ ମନେକରି ଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍‌କେଡ୍ ଯୋଗୁଁ ରାସ୍ତାରେ ଯେଉଁ ଟ୍ରାଫିକ କଟକଣା ଲାଗିଥାଏ, ସେଥିପାଇଁ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନେ ଯେପରି ଜାମ୍‌ରେ ନଫସନ୍ତି, ସେଥିପାଇଁ ସେ ଏହି ନିଷ୍ପତ୍ତି ନେଇଥିଲେ।ହି ନିଟ୍ ପରୀକ୍ଷାରେ ୨୨.୭୯ ଲକ୍ଷରୁ ଅଧିକ ପିଲା ଭାଗ ନେଉଛନ୍ତି। ପରୀକ୍ଷା ଆରମ୍ଭ ହେବା ଆଗରୁ, ‘ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭକାମନା ଜଣାଇଥିଲା। ଏହା ସହିତ ମନ ଶାନ୍ତ ରଖିବାକୁ, ନିଜ ପାଠପଢ଼ା ଉପରେ ଭରସା ରଖିବାକୁ ଏବଂ ପୂରା ଦମ୍‌ରେ ପରୀକ୍ଷା ଦେବାକୁ NTA ପିଲାମାନଙ୍କୁ ପରାମର୍ଶ ଦେଇଥିଲା।ପ୍ରଧାନମନ୍ତ୍ରୀ ନିଜ ଫେରିବା ସମୟକୁ ଘୁଞ୍ଚାଇବା ପଛର ଅସଲ ଉଦ୍ଦେଶ୍ୟ ଥିଲା ଯେ, ପରୀକ୍ଷା ଦେବାକୁ ଯାଉଥିବା ପିଲାମାନେ ଯେମିତି କୌଣସି ପ୍ରକାର ସମସ୍ୟାରେ ନପଡ଼ନ୍ତି। ଦ୍ୱପ୍ରହର ୨ଟାରେ ନିଟ୍-ୟୁଜି ପରୀକ୍ଷା ଥରେ ଆରମ୍ଭ ହେବା ପରେ, ଯାଇ ପ୍ରଧାନମନ୍ତ୍ରୀ ମୋଦୀ, ଏୟାରପୋର୍ଟରୁ ନିଜ ଘରକୁ ବାହାରିଥିଲେ। ସୂଚନାଯୋଗ୍ୟ ଯେ, ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଏବଂ ଅନିୟମିତତା ଅଭିଯୋଗ ଯୋଗୁଁ ,ପ୍ରଥମ ପରୀକ୍ଷାକୁ ରଦ୍ଦ କରିଦିଆଯାଇଥିଲା। ସେଥିପାଇଁ ଏଥର ସାରା ଦେଶରେ ଖୁବ୍ କଡ଼ା ସୁରକ୍ଷା ଭିତରେ, ଏହି ପୁନଃ-ପରୀକ୍ଷା କରାଯାଉଛି।

Related Articles

Back to top button