ଅନ୍ତର୍ଜାତୀୟଅନ୍ୟାନ୍ୟ

ଆମେରିକା ଓ ଇରାନ ମଧ୍ୟରେ ୧୪-ସୂତ୍ରୀୟ ଶାନ୍ତି ବୁଝାମଣା

ଭୁବନେଶ୍ୱର ,ଆମେରିକା ଓ ଇରାନ ମଧ୍ୟରେ ୧୪-ସୂତ୍ରୀୟ ଶାନ୍ତି ବୁଝାମଣା ହେବାକୁ ଯାଉଛି। ଉଭୟ ଦେଶ ମଧ୍ୟରେ ଅନେକ ପ୍ରସଙ୍ଗରେ, ସହମତି ହୋଇଯାଇଛି। ଏବେ ଯୁଦ୍ଧ ନୁହେଁ, ବରଂ କୂଟନୀତିର ରାସ୍ତା ଅପଣାଯିବ। ଯେଉଁ ଟ୍ରମ୍ପ ଇରାନକୁ ଧ୍ୱଂସ କରିବାର ଧମକ ଦେବାକୁ ପଛାଉ ନଥିଲେ, ସେ ଗତ କିଛି ସପ୍ତାହ ହେଲା ନିଜେ ଶାନ୍ତି ବୁଝାମଣାକୁ ଜରୁରୀ ବୋଲି କହୁଛନ୍ତି। ସେଥିପାଇଁ ସେ ଇସ୍ରାଏଲର ପ୍ରଧାନମନ୍ତ୍ରୀ, ବେଞ୍ଜାମିନ ନେତନ୍ୟାହୁଙ୍କୁ ମଧ୍ୟ ତାଗିଦ କରୁଛନ୍ତି।ଇରାନ ବିରୋଧୀ ଯୁଦ୍ଧରେ ଆମେରିକା ବଡ଼ ସ୍ତରରେ, ଆକ୍ରମଣ କରିଥିଲା। ଯେଉଁଥିରେ ଅନେକ ମିସାଇଲ, ବୋମା, ପ୍ରତିରକ୍ଷା ବ୍ୟବସ୍ଥା, ଇଣ୍ଟରସେପ୍ଟର ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରର ବ୍ୟବହାର କରିଥିଲା। ଏହି ସମୟରେ ଆମେରିକା ଇସ୍ରାଏଲକୁ, ମଧ୍ୟ ଅସ୍ତ୍ର ଯୋଗାଇ ଥିଲା।ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ,ଡିଫେନ୍ସ ପ୍ରଡକ୍ସନ ଆକ୍ଟକୁ ପୁଣି ଥରେ ଲାଗୁ କରିଦେଇଛନ୍ତି। ଏହି ଆକ୍ଟ ଅନୁଯାୟୀ ଆମେରିକାରେ, ଅସ୍ତ୍ରଶସ୍ତ୍ର, ଗୋଳାବାରୁଦର, ଉତ୍ପାଦନ ବଢାଇବ। ଯେଉଁଥିପାଇଁ ପ୍ରତିରକ୍ଷା କମ୍ପାନୀଗୁଡ଼ିକୁ ମଧ୍ୟ, ଜରୁରୀ ନିର୍ଦ୍ଦେଶ ଦିଆଯାଇଛି। ଇରାନ ବିରୋଧରେ ଚାଲିଥିବା ଯୁଦ୍ଧ, ଯୋଗୁଁ ଆମେରିକାର ଅସ୍ତ୍ରଶସ୍ତ୍ରର ଭଣ୍ଡାର ଏକ ପ୍ରକାର ଖାଲି ହୋଇଯାଇଛି। ଏହାକୁ ଧ୍ୟାନରେ ରଖି ଟ୍ରମ୍ପ ଏହି ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପଙ୍କ ମତରେ ଆମେରିକାରେ ଅସ୍ତ୍ରଶସ୍ତ୍ରର ଭଣ୍ଡାର, କମିବା ଦେଶର ସୁରକ୍ଷା ପାଇଁ ବିପଦ। ବିଶେଷଜ୍ଞଙ୍କ ମତରେ ଇରାନ ବିରୋଧରେ ଯୁଦ୍ଧ କାରଣରୁ କମି ଯାଇଥିବା ଆମେରିକୀୟ ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ ପୁଣି ଭର୍ତ୍ତି କରିବା ପାଇଁ ଯୁଦ୍ଧକାଳୀନ ସ୍ତରରେ, ଏହାର ଉତ୍ପାଦନ ବଢାଇବାକୁ ପଡ଼ିବ। ତଥାପି ଅସ୍ତ୍ରଶସ୍ତ୍ରର ଅଭାବକୁ ପୂରଣ କରିବାରେ, ୨ରୁ ୪ କିମ୍ବା ୫ ବର୍ଷ ଲାଗିପାରେ।

Related Articles

Back to top button