Uncategorized

ଡିଜି ପଦବୀ ପାଇଁ ୩୩ ଆଇପିଏସ୍ : ଓଡ଼ିଶା କ୍ୟାଡରର ସ୍ଥାନପାଇଲେ ଦୁଇ ବରିଷ୍ଠ ଅଧିକାରୀ ଆଇପିଏସ୍

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ମିଳିଛି ବଡ଼ ସଫଳତା। ନିର୍ଦ୍ଦେଶକ ଜେନେରାଲ (DG) ବା ସମକକ୍ଷ ପଦବୀ ପାଇଁ ଦେଶର ୩୩ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ନାମ ମନୋନୀତ ହୋଇଥିବା ବେଳେ ଏଥିରେ ଓଡ଼ିଶାର ଦୁଇ ପ୍ରଭାବଶାଳୀ ଚେହେରା ସ୍ଥାନ ପାଇଛନ୍ତି। ସେମାନେ ହେଲେ ୧୯୯୫ ବ୍ୟାଚ୍ ଆଇପିଏସ୍ ଡଃ ସୁଧାଂଶୁ ଷଡ଼ଙ୍ଗୀ ଏବଂ ପଦ୍ମାକର ଏସ୍. ରଣପିସେ। କେନ୍ଦ୍ରୀୟ କ୍ୟାବିନେଟ୍ ନିଯୁକ୍ତି କମିଟି (ACC) ପକ୍ଷରୁ ଏହି ପ୍ୟାନେଲକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ଏମ୍ପାନେଲମେଣ୍ଟ ପ୍ରକ୍ରିୟା ପରେ ଉଭୟ ବରିଷ୍ଠ ଅଧିକାରୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ କିମ୍ବା ଗୁଇନ୍ଦା ସଂସ୍ଥାଗୁଡ଼ିକର ସର୍ବୋଚ୍ଚ ପଦବୀରେ ନିଯୁକ୍ତି ପାଇବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଓଡ଼ିଶା ଅଗ୍ନିଶମ ଓ ଗୃହରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ଥିବା ଡଃ ସୁଧାଂଶୁ ଷଡ଼ଙ୍ଗୀ ରାଜ୍ୟର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ (DGP) ଦୌଡ଼ରେ ମଧ୍ୟ ସବୁଠାରୁ ଆଗରେ ରହିଛନ୍ତି। କେନ୍ଦ୍ରୀୟ ସ୍ତରରେ ଏହି ମନୋନୟନ ଉଭୟ ଅଧିକାରୀଙ୍କ ପ୍ରଶାସନିକ ଦକ୍ଷତା ପ୍ରତିପାଦନ କରିବା ସହ ଓଡ଼ିଶା ପୋଲିସ ପାଇଁ ଗର୍ବର ବିଷୟ ସାଜିଛି।

Related Articles

Back to top button