ଓଡ଼ିଶା

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ନୂଆ ସଦସ୍ୟ ସୁଧାଂଶୁ ଶେଖର ବଡ଼ପଣ୍ଡା

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;   ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ନୂଆ ସଦସ୍ୟ ହୋଇଛନ୍ତି ସୁଧାଂଶୁ ଶେଖର ବଡ଼ପଣ୍ଡା । ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ବୁଧବାର ଦିନ ୧୧ଟାରେ ଶପଥ ଗ୍ରହଣ କରିଛନ୍ତି  ସୁଧାଂଶୁ ଶେଖର ।

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ରାଜ୍ୟର ବିଦ୍ୟୁତ କ୍ଷେତ୍ରର ନିୟନ୍ତ୍ରଣ ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ, ଯେଉଁଥିରେ ଶୁଳ୍କ (ଟାରିଫ୍) ନିର୍ଦ୍ଧାରଣ, ଲାଇସେନ୍ସ ପ୍ରଦାନ, ଗ୍ରାହକ ସୁରକ୍ଷା ଏବଂ ବିଦ୍ୟୁତ କ୍ଷେତ୍ରରେ ଦକ୍ଷତା, ପ୍ରତିଯୋଗିତା ତଥା ଅକ୍ଷୟ ଶକ୍ତିର ସମନ୍ୱୟକୁ ପ୍ରୋତ୍ସାହିତ କରିବା ଅନ୍ତର୍ଭୁକ୍ତ ଅଛି । ନିଜର ବ୍ୟାପକ ପ୍ରଶାସନିକ ଅଭିଜ୍ଞତା ଯୋଗୁଁ, ଶ୍ରୀ ବଡ଼ପଣ୍ଡାଙ୍କ ସଦସ୍ୟ ଭାବେ ଯୋଗଦାନ ଆୟୋଗର କାର୍ଯ୍ୟଧାରାକୁ ଅଧିକ ଶକ୍ତିଶାଳୀ କରିବ ଏବଂ ‘ବିକଶିତ ଓଡ଼ିଶା’ର ପରିକଳ୍ପନା ଅନୁଯାୟୀ ଓଡ଼ିଶାର ବିଦ୍ୟୁତ କ୍ଷେତ୍ରର ସଂସ୍କାର, ଶକ୍ତି ସୁରକ୍ଷା ଏବଂ ଗ୍ରାହକ-କେନ୍ଦ୍ରିତ ଶାସନରେ ସହାୟକ ହେବ ବୋଲି ଆଶା କରାଯାଉଛି।

ଭୁବନେଶ୍ୱରସ୍ଥିତ OERCର ଶୁଣାଣି ପ୍ରକୋଷ୍ଠରେ ଆୟୋଜିତ ଏହି ଶପଥ ଗ୍ରହଣ ସମାରୋହରେ ଶକ୍ତି ବିଭାଗ, OHPC, ଗ୍ରୀଡକୋ, OPTCL, OERCର ବରିଷ୍ଠ ଅଧିକାରୀ ଏବଂ ବିଦ୍ୟୁତ କ୍ଷେତ୍ରର ବିଭିନ୍ନ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଥିଲେ।

Related Articles

Back to top button