ଓଡ଼ିଶାରାଜନୀତି

୪ ହଜାର ବେଡ୍ ବିଶିଷ୍ଟ ହଷ୍ଟେଲ ନିର୍ମାଣ ହେବ।

ଭୁବନେଶ୍ୱର,ଖୋର୍ଦ୍ଧାର କାଲିବେଟି ଶିଳ୍ପାଞ୍ଚଳରେ ୨୧୦ କୋଟି ବ୍ୟୟରେ ନିର୍ମାଣ ହେବ ମହିଳା ଶ୍ରମିକ ହଷ୍ଟେଲ। ଟେଣ୍ଡର ପ୍ରକ୍ରିୟାକୁ ମିଳିଲା ଅନୁମୋଦନ, ୨ ବର୍ଷରେ କାର୍ଯ୍ୟକ୍ଷମ ହେବ ୪ ହଜାର ବେଡ ବିଶିଷ୍ଟ ହଷ୍ଟେଲ। ସହରରେ ନଦୀତଟ ଓ ଜଳଭଣ୍ଡାରକୁ ପୁନର୍ଜୀବିତ କରିବାକୁ ୫୦୦ କୋଟିର ଜଳତଟ ବିକାଶ ଯୋଜନାକୁ ବି ମିଳିଛି ଅନୁମୋଦନ। ୫୫୦୦ ଏକର ଜମି ଚିହ୍ନଟ କରାଯାଇ, ପର୍ଯ୍ୟଟନ ଭୂମି ବ୍ୟାଙ୍କରେ ସାମିଲ୍ କରାଯିବ। ଯୋଜନାରେ ୫ ବର୍ଷରେ ୧୫୦୦ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ୪୪୦ କୋଟି ଟଙ୍କାରେ, ମରାମତି ଓ ପୁନରୁଦ୍ଧାର ହେବ ସମ୍ବଲପୁରର, ଅଯୋଧ୍ୟା ସାଗର ୱେୟାର। ୩୦ ମାସରେ ସବୁ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। PM ଆବାସ ଯୋଜନାରେ EWS ହିତାଧିକାରୀଙ୍କୁ ଛାଡ଼ ହେବ, ଷ୍ଟାମ୍ପ ଓ ରେଜିଷ୍ଟ୍ରେସନ ଶୁଳ୍କ। ଦୟା ଓ ଗଙ୍ଗୁଆର, ସଙ୍ଗମ ସ୍ଥାନରେ ନିର୍ମାଣ ହେବ ବର୍ଜ୍ୟ ଜଳ, ବିଶୋଧନ କେନ୍ଦ୍ର। ୫ ବର୍ଷ ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଟେଣ୍ଡର ପ୍ରକ୍ରିୟାକୁ, ଅନୁମୋଦନ। ଐତିହାସିକ ଯୋଜନା ‘ଆତିଥ୍ୟ ଭିତ୍ତିଭୂମି ପାଇଁ ଭୂମି ବ୍ୟାଙ୍କ’କୁ ବି ମଞ୍ଜୁରୀ ଦିଆଯାଇଛି।

Related Articles

Back to top button