ଅନ୍ୟାନ୍ୟଓଡ଼ିଶା

ରାଜ୍ୟ​‌ରେ ତ୍ରୁଟିପୂର୍ଣ୍ଣ ଇଂରାଜୀ ନାମ ହେବ ସଂଶୋଧନ।

ଭୁବନେଶ୍ୱର ,ଓଡ଼ିଆ ନାମ ସଂଶୋଧନ ଦିଗରେ ରାଜ୍ୟ ସରକାର, ଆଉ ଏକ ପଦକ୍ଷେପ ନେଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଗଠିତ ବିଶେଷଜ୍ଞ କମିଟିର ଦ୍ୱିତୀୟ ବୈଠକରେ, ୫୦ରୁ ଅଧିକ ସ୍ଥାନର ନାମକୁ ସେମାନଙ୍କର ମୂଳ ଓଡ଼ିଆ ଉଚ୍ଚାରଣ ଓ ଐତିହାସିକ ପରିଚୟ ଅନୁଯାୟୀ, ପରିବର୍ତ୍ତନ କରିବାକୁ ସୁପାରିସ କରାଯାଇଛି।  ପଦ୍ମଭୂଷଣ ଡ. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ, ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଆ ଭାଷା, ଇତିହାସ, ଭୂଗୋଳ ଓ ପ୍ରଶାସନ କ୍ଷେତ୍ରର, ବିଶେଷଜ୍ଞମାନେ, ଯୋଗ ଦେଇଥିଲେ।  ସାଧାରଣ ଲୋକ ଓ ଜନପ୍ରତିନିଧିମାନଙ୍କ ପ୍ରସ୍ତାବକୁ ଐତିହାସିକ ଓ ସାଂସ୍କୃତିକ ଭିତ୍ତିରେ ସମୀକ୍ଷା କରି, ଏହି ନିଷ୍ପତ୍ତି ନିଆଯାଇଛି।ରାଜ୍ୟର ବିଭିନ୍ନ ସହର ଓ ସ୍ଥାନର ନାମର ଇଂରାଜୀ ବନାନକୁ ସଂଶୋଧନ କରି ମୂଳ ଓଡ଼ିଆ ନାମର ପୁନଃସ୍ଥାପନ ନିମନ୍ତେ ରାଜ୍ୟର ବିଜେପି ସରକାର ଏହି ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଥିଲେ। କମିଟିର ସୁପାରିସ ଅନୁଯାୟୀ, କଳାହାଣ୍ଡି ଜିଲ୍ଲାର  Kandhamalକୁ ‘କନ୍ଧମାଳ’,‘Junagarh’କୁ ‘ଜୁନାଗଡ଼ା’, ଏବଂ ସୁନ୍ଦରଗଡ଼ ଜିଲ୍ଲାର ‘Bonaigarh’କୁ ‘ବଣାଇଗଡ଼ା’ ଭାବେ ନାମକରଣ କରିବାକୁ ପ୍ରସ୍ତାବ ରହିଛି।

Related Articles

Back to top button