
ଭୁବନେଶ୍ୱର,ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଠାରୁ ପରାଜିତ ହେବା ପରେ, ଗୁଜୁରାଟ ଟାଇଟାନ୍ସର ଖେଳାଳିମାନେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରବିବାର ରାତିରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରୁ ବାହାରିବା ପରେ ଟିମ୍ ବସ୍ରେ, ସର୍ଟ ସର୍କିଟ ହୋଇଥିଲା। ବସ ଭିତରେ ଧୂଆଁ ଭରିଯିବାରୁ ପରିସ୍ଥିତି ଭୟଙ୍କର ହୋଇପଡ଼ିଥିଲା, କିନ୍ତୁ ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କୁ ସୁରକ୍ଷିତ ଭାବେ ବାହାରକୁ, ବାହାର କରାଯାଇଥିଲା। ଏହି ଘଟଣା ପରେ ସେମାନଙ୍କୁ ରାସ୍ତାରେ, ପ୍ରାୟ ଏକ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା ଏବଂ ପରେ ଅନ୍ୟ ଏକ ବସରେ ସେମାନେ ହୋଟେଲକୁ ଫେରିଥିଲେ।ଶୁଭମନ ଗିଲ ଏବଂ ସାଇ ସୁଦର୍ଶନ ଶୀଘ୍ର ଆଉଟ୍ ହୋଇଯିବାରୁ, ଦଳ ଚାପରେ ରହିଥିଲା। ଦଳ ପକ୍ଷରୁ ୱାଶିଂଟନ୍ ସୁନ୍ଦର ୩୭ ବଲରେ ୫୦ ରନ୍ କରି ଅପରାଜିତ ରହିଥିଲେ ମଧ୍ୟ ଅନ୍ୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିପାରି ନଥିଲେ। ଏହି ବିଜୟ ସହିତ ଆରସିବି, କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଆଇପିଏଲ୍ ଟାଇଟଲ୍ ଜିତି ଇତିହାସ ରଚିଛି।ଆରସିବିର ବୋଲରମାନଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଗୁଜୁରାଟ ମାତ୍ର ୧୫୫/୮ ରନ୍ କରିବାରେ, ସକ୍ଷମ ହୋଇଥିଲା।




