Uncategorized

ଓଡ଼ିଶା ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ: ସତ୍ୟବ୍ରତ ରାଉତ ରିଟର୍ଣ୍ଣିଂ ଅଫିସର

ଭୁବନେଶ୍ୱର: ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଏହି ଆସନଟି ଖାଲି ପଡ଼ିଥିଲା। ଏହି ଉପନିର୍ବାଚନ ପ୍ରକ୍ରିୟା ପରିଚାଳନା ପାଇଁ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ନିର୍ବାଚନ ଅଧିକାରୀ ବା ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ଯଦି ନିର୍ବାଚନ ଆବଶ୍ୟକ ପଡ଼େ, ତେବେ ଆସନ୍ତା ୧୮ ତାରିଖରେ ମତଦାନ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। 1 ଜୁନ 2026- ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ଏବଂ ନାମାଙ୍କନ ଦାଖଲ ଆରମ୍ଭ ହେବ। 8 ଜୁନ 2026- ନାମାଙ୍କନ ଦାଖଲର ଶେଷ ତାରିଖ । 9 ଜୁନ 2026- ନାମାଙ୍କନ ପତ୍ର ଯାଞ୍ଚ ଏବଂ 11 ଜୁନ 2026- ନାମାଙ୍କନ ପତ୍ର ପ୍ରତ୍ୟାହାର ଶେଷ ତାରିଖ ଅଛି।  18 ଜୁନ 2026- ଉପନିର୍ବାଚନ ଓ ଫଳାଫଳ ଘୋଷଣା ହେବ। ଗତ ମାସ 25 ତାରିଖରେ ଦେବାଶିଷ ସାମନ୍ତରାୟ ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସେ 26 ତାରିଖରେ ସେ ବିଜେପିରେ ସାମିଲ ହୋଇଥିଲେ। ଫଳରେ ଦେବାଶିଷ ପୁଣି ଥରେ ପ୍ରାର୍ଥି ହେବେ ବୋଲି ଜଣାପଡିଛି।

Related Articles

Back to top button