
ଭୁବନେଶ୍ୱର ,ମେ ମାସରେ ସରକାର ସୁନା ଉପରେ ଲାଗୁଥିବା ଆମଦାନୀ ଶୁଳ୍କକୁ, ୬ ପ୍ରତିଶତରୁ ବଢ଼ାଇ ୧୫ ପ୍ରତିଶତ କରିଦେଲେ। ଏହାର ଉଦ୍ଦେଶ୍ୟ ଥିଲା ସୁନା ଆମଦାନୀ ହ୍ରାସ କରିବା ଓ ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ, ଚାପ କମାଇବା। କିନ୍ତୁ ଏହାର ସିଧାସଳଖ ପ୍ରଭାବ ସୁନା ମୂଲ୍ୟ ଉପରେ ପଡ଼ିଲା। ଯାହାଫଳରେ ସ୍ଥାନୀୟ ବଜାରରେ ସୁନା ପୂର୍ବ ଅପେକ୍ଷା ଅଧିକ ମହଙ୍ଗା ହୋଇଗଲା। ଡ୍ୟୁଟି ବଢ଼ିବା ପରେ ସୁନା ଉପରେ ମୋଟ ଟିକସ ବୋଝ ଯଥେଷ୍ଟ ବୃଦ୍ଧି ପାଇଛି। ଫଳରେ ଗ୍ରାହକଙ୍କ ଆଗ୍ରହ କମୁଥିବା ପରି ମନେହେଉଛି।ଯେଉଁଠାରେ ଗତବର୍ଷ ଏହି ସମୟରେ, ପ୍ରାୟ ୨୫ ଟନ ଥିଲା। ଅର୍ଥାତ କ୍ରୟରେ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି। ଇଣ୍ଡିଆ ବୁଲିଅନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନର, କର୍ମକର୍ତ୍ତାମାନଙ୍କ କହିବା ଅନୁଯାୟୀ, ଡ୍ୟୁଟି ବଢ଼ିବା ପରେ ବଜାରରେ ଚାହିଦା ପ୍ରାୟ ୭୦% ପର୍ୟ୍ୟନ୍ତ କମି ଯାଇଛି।ସୁନା ଚାହିଦା ହ୍ରାସ ପାଇବା ପଛରେ କେବଳ ଆମଦାନୀ ଶୁଳ୍କ ବୃଦ୍ଧି ଏକମାତ୍ର କାରଣ ନୁହେଁ। ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା, ଖାଦ୍ୟ ମହଙ୍ଗା ହେବା ଓ ଘରୋଇ ବଜେଟ ଉପରେ, ବଢ଼ୁଥିବା ଚାପ ଯୋଗୁଁ ଲୋକମାନେ ସୁନା କିଣିବାରୁ ବିରତ ରହୁଛନ୍ତି। ଯେତେବେଳେ ପରିବାରର ଏକ ବଡ଼ ଭାଗ ଜରୁରୀ ଖର୍ଚ୍ଚରେ ଚାଲିଯାଉଛି, ସେତେବେଳେ ଲୋକେ ସୁନା ଭଳି ବଡ଼ କ୍ରୟକୁ ସ୍ଥଗିତ ରଖିବାକୁ, ପସନ୍ଦ କରୁଛନ୍ତି। ଏହି କାରଣରୁ ବଜାରରେ ଗ୍ରାହକଙ୍କ ସଂଖ୍ୟା କମୁଥିବା ଦେଖିବାକୁ ମିଳୁଛି।




