
ଭୁବନେଶ୍ୱର ,ଆସନ୍ତା ଜୁନ୍ ୧ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ବସ୍ରେ, ମହିଳାମାନଙ୍କ ପାଇଁ ମାଗଣା ଯାତ୍ରା ସୁବିଧା ଉପଲବ୍ଧ ହେବ। ମହିଳା ସଶକ୍ତୀକରଣ ଦିଗରେ ପଶ୍ଚିମବଙ୍ଗ ସରକାର, ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ମହିଳାମାନଙ୍କୁ ସାଧାରଣ ପରିବହନର ସହଜ ଉପଯୋଗ, କରିବାରେ ସାହାଯ୍ୟ କରିବା ପାଇଁ ସରକାର, ଏହି ଘୋଷଣା କରିଛନ୍ତି। ଏହି ସୁବିଧାର ସୁଚାରୁ ପରିଚାଳନା ପାଇଁ ସ୍ୱତନ୍ତ୍ର ‘ସ୍ମାର୍ଟ କାର୍ଡ’ ମଧ୍ୟ ପ୍ରଦାନ କରାଯିବ।ପରିବହନ ବିଭାଗର ସୂଚନା ଅନୁଯାୟୀ, ଏହି ଯୋଜନା ଅଧୀନରେ ରାଜ୍ୟର ସମସ୍ତ ମହିଳା ବିନା ଭଡ଼ାରେ ଯାତ୍ରା କରିପାରିବେ। ଏହି ସୁବିଧା ସମସ୍ତ ପ୍ରକାରର ସରକାରୀ ବସ୍ରେ ଲାଗୁ ହେବ। ଏଥିରେ ଉଭୟ ସ୍ଥାନୀୟ ଏବଂ ଲଙ୍ଗ୍ ରୁଟ୍ ର ସରକାରୀ ବସ୍, ସାମିଲ ରହିଛି।କାର୍ଡ ପାଇଁ ଆବେଦନ କରିବା ସମୟରେ ମହିଳାମାନଙ୍କୁ ନିଜର ଏକ ପାସପୋର୍ଟ ସାଇଜ୍ ଫଟୋ ସହିତ କୌଣସିଟି ପରିଚୟ ପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ପ୍ରଦାନ କରିବାକୁ ହେବ । ସରକାରୀ ପରିଚୟ ପତ୍ର ଯଥା, ଭୋଟର ଆଇଡି, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ୍ କାର୍ଡ, ପାସପୋର୍ଟ କିମ୍ବା ଜାତୀୟ ସୁରକ୍ଷା ପରିଚୟ ପତ୍ର/କାର୍ଡ ଉପଲବ୍ଧ । ଏଥିରେ ମନରେଗା ଜବ୍ କାର୍ଡ କିମ୍ବା ଆୟୁଷ୍ଠାନ କାର୍ଡ, ସରକାରୀ/ପବ୍ଲିକ ସେକ୍ଟର ଆଇଡି କିମ୍ବା ସ୍କୁଲ-କଲେଜର ଆଇଡି କାର୍ଡ କିମ୍ବା ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଜାରି ଅନ୍ୟ କୌଣସି ବୈଧ ପରିଚୟ ପତ୍ର ।




