Uncategorized

୧୦ ରାଜ୍ୟର ୨୪ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ: ଦେଶର ୧୦ଟି ରାଜ୍ୟର ଖାଲିଥିବା ୨୪ଟି ରାଜ୍ୟସଭା ଆସନ ପାଇଁ ବିଗୁଲ୍ ବାଜିଛି। ଆସନ୍ତା ଜୁନ୍ ୧୮ ତାରିଖରେ ଏହି ଆସନଗୁଡ଼ିକ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ ଏବଂ ସେହିଦିନ ସନ୍ଧ୍ୟା ୫ଟାରେ ହିଁ ଫଳାଫଳ ପ୍ରକାଶ ପାଇବ। ଏନେଇ ଆଜି ଭାରତୀୟ ନିର୍ବାଚନ କମିଶନ (ECI) ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, ଜୁନ୍ ୮ ତାରିଖକୁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ରାଜ୍ୟସଭା ନିର୍ବାଚନ ଆନ୍ଧ୍ରପ୍ରଦେଶ , ଗୁଜୁରାଟ ଏବଂ କର୍ଣ୍ଣାଟକର ୪ଟି ଲେଖାଏଁ ଆସନ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ୩ଟି ଲେଖାଏଁ ଆସନ, ଝାଡଖଣ୍ଡର ଦୁଇଟି ଆସନ ଏବଂ ମଣିପୁର , ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର ଗୋଟିଏ ଲେଖାଏଁ ଆସନରେ ଅନୁଷ୍ଠିତ ହେବ । ଜୁନ ୮ ତାରିଖ ନାମାଙ୍କ ଦାଖଲର ଶେଷ ତାରିଖ ଧାର୍ଯ୍ୟ ।ଜୁନ ୨୧ରୁ ଜୁଲାଇ ୧୯ ମଧ୍ୟରେ ଶେଷ ରାଜ୍ୟସଭା ଆସନ ପାଇଁ ଭୋଟ ହେବ । ମହାରାଷ୍ଟ୍ର ଏବଂ ତାମିଲନାଡୁରେ ଖାଲି ଥିବା ଦୁଇଟି ଆସନ ପାଇଁ ଜୁନ ୧୮ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ ।

Related Articles

Back to top button