
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ନଟରାଜ ଡ୍ୟାନ୍ସ ଗୃପର ବାର୍ଷିକ ଉତ୍ସବ ଓ ନାଟ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସାଲେପୁର ହାଇସ୍କୁଲ ପଡିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଜୟ କୁମାର ବରାଳ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ‘ନଟରାଜ ଉତ୍ସବ-୨୦୨୬’ ମେ ୧୧ ଓ ୧୨ ତାରିଖରେ ୨ ବ୍ୟାପି ଚାଲିଥିଲା । ଆୟୋଜିତ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ତୃପ୍ତି ରଞ୍ଜନ ସାହୁ ପାଇଥିବାବେଳେ ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ଅରୁନୟ ନାୟକ ଏବଂ ସୁକାନ୍ତୀ ଜେନା ପାଇଛନ୍ତି । କାର୍ଯ୍ୟକ୍ରମ ଶେଷରେ ନଟରାଜ ଡ୍ୟାନ୍ସ ଗୃପର ମାଲିକ ମୀନକେତନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।




