Uncategorized

୫୦ ଲକ୍ଷ ଲାଞ୍ଚ ନେଇ ସିବିଆଇ ଜାଲରେ ସେନା କର୍ଣ୍ଣେଲ

ନୂଆଦିଲ୍ଲୀ: କୋଲକାତାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୫୦ ଲକ୍ଷ ଟଙ୍କାର ମୋଟା ଅଙ୍କର ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଛନ୍ତି ସେନାର କର୍ଣ୍ଣେଲ ହିମାଂଶୁ ବାଲି। ସିବିଆଇ ଟିମ୍ ତାଙ୍କୁ ଲାଞ୍ଚ ଟଙ୍କା ସହ ଗିରଫ କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କର୍ଣ୍ଣେଲ ହିମାଂଶୁ ବାଲି କୋଲକାତା ସ୍ଥିତ ସେନା ଅର୍ଡନାନ୍ସ କୋରରେ ନିଯୁକ୍ତ ଥିଲେ। ଏକ ସରକାରୀ ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ହେରଫେର କରି ସେ ଏହି ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ପକ୍ଷରୁ ଚଢ଼ାଉ କରାଯାଇ ତାଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ଏହି ମାମଲାରେ ସିବିଆଇ ପକ୍ଷରୁ ଅଧିକ ଖୋଳତାଳ ଜାରି ରହିଛି।

Related Articles

Back to top button