କାହିଁକି ବଢୁଛି ସୁନା–ରୁପା ମୂଲ୍ୟ

ଭୁବନେଶ୍ୱର ,ଭାରତରେ ସୁନା-ରୁପା ଉପରେ ୧୫% ଆମଦାନୀ ଶୁଳ୍କଲାଗିଥାଏ, ଯାହାଫଳରେ ଘରୋଇ ବଜାରରେ ଏହାର ମୂଲ୍ୟ ଆନ୍ତର୍ଜାତୀୟ ବଜାର ତୁଳନାରେ, ଅଧିକ ରହିଛି। ଏହା ସହିତ ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଭୂ-ରାଜନୈତିକ ତିକ୍ତତା କାରଣରୁ ନିବେଶକମାନେ ସୁନାକୁ, ଏକ ସୁରକ୍ଷିତ ନିବେଶ ଭାବରେ ବାଛୁଛନ୍ତି।ଯଦି ଆପଣ ଶୁଦ୍ଧ ସୁନା ,ଏବଂ ରୁପା ଚିହ୍ନଟ କରିବାକୁ ଚାହୁଁଛନ୍ତି, ତେବେ ସବୁଠାରୁ ପ୍ରଥମେ ହଲମାର୍କ ଦେଖନ୍ତୁ। ଏହା ସହିତ ଆପଣ ଚୁମ୍ବକ, ବରଫ ଏବଂ ପାଣି ଭଳି ସହଜ ଘରୋଇ ଉପାୟରେ ମଧ୍ୟ ଏହାର ଶୁଦ୍ଧତା, ଯାଞ୍ଚ କରିପାରିବେ। କେବଳ ସେତିକି ନୁହେଁ, ଗହଣା ଉପରେ ଧଳା ସିରକାର କିଛି ବୁନ୍ଦା ପକାଇ ମଧ୍ୟ, ଦେଖିପାରିବେ। ଯଦି ଗହଣାର ରଙ୍ଗ ବଦଳିଯାଏ, କିମ୍ବା କୌଣସି ପ୍ରତିକ୍ରିୟା ହୁଏ, ତେବେ ସୁନା ନକଲି ହୋଇଥାଇପାରେ।ଆଜି ସୁନା ଦର ବଢିଛି, ଏବଂ ୯୯.୯% ଶୁଦ୍ଧ ୨୪ କ୍ୟାରେଟ୍ ସୁନା ପ୍ରତି, ୧୦ ଗ୍ରାମ ପିଛା ୧,୫୭,୦୫୦ ଟଙ୍କାରେ ପହଞ୍ଚିଛି। ସେହିପରି, ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୧,୪୩,୯୦ ଟଙ୍କା ରହିଛି।




