
ଭୁବନେଶ୍ୱର ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନରୱେର ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ବିବୃତି ତ ଦେଇଥିଲେ, କିନ୍ତୁ ଗଣମାଧ୍ୟମର କୌଣସି ପ୍ରଶ୍ନ ନେଇନଥିଲେ। ଏହାପରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ, ନରୱେର ଜଣେ ମହିଳା ସାମ୍ବାଦିକ ଭାରତରେ ମାନବାଧିକାର ଏବଂ ଗଣମାଧ୍ୟମର ସ୍ୱାଧୀନତାକୁ ନେଇ କିଛି ତୀକ୍ଷ୍ଣ ପ୍ରଶ୍ନ ପଚାରିଥିଲେ, ଯାହା ଉପରେ, ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପଶ୍ଚିମ ବ୍ୟାପାର ସଚିବ ସିବି ଜର୍ଜ କଡ଼ା ଜବାବ ଦେଇଛନ୍ତି।ନରୱେର ସାମ୍ବାଦିକା ହେଲେ ଲିଙ୍ଗ୍ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ପିଏମ୍ ମୋଦୀ ପ୍ରଶ୍ନର ଉତ୍ତର ନଦେଇ, ଯାଉଥିବା ଦେଖାଯାଉଛି। ସେ କହିଛନ୍ତି ଯେ ପ୍ରେସ୍ ସ୍ୱାଧୀନତା ସୂଚକାଙ୍କରେ ନରୱେ ପ୍ରଥମ ସ୍ଥାନରେ ଥିବାବେଳେ ଭାରତ ୧୫୭ତମ ସ୍ଥାନରେ ଅଛି, ଏବଂ ସରକାରଙ୍କୁ ପ୍ରଶ୍ନ କରିବା ସାମ୍ବାଦିକଙ୍କ, କାମ।ସାମ୍ବାଦିକା ଜଣକ ବାରମ୍ବାର ମଝିରେ ପ୍ରଶ୍ନ କରିବାରୁ ସିବି ଜର୍ଜ କହିଥିଲେ, “ମତେ ମଝିରେ ଅଟକାନ୍ତୁ ନାହିଁ, ନିଜ ଢଙ୍ଗରେ ଉତ୍ତର ଦେବା ମୋର, ଅଧିକାର।” ସେ କହିଥିଲେ ଯେ ଭାରତର ସମ୍ବିଧାନ ସମସ୍ତଙ୍କୁ ମୌଳିକ ଅଧିକାର ଦେଇଛି। ଯଦି କାହାର ଅଧିକାର କ୍ଷୁଣ୍ଣ ହେଉଛି, ତେବେ ସେ କୋର୍ଟ ଯାଇପାରିବେ।




