ଅନ୍ତର୍ଜାତୀୟଜୀବନଶୈଳୀ

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତୈଳ ସ୍ଥିତିର ସମୀକ୍ଷା କଲେ।

 ଭୁବନେଶ୍ୱର,ପେଟ୍ରୋଲ ପମ୍ପରେ ଭିଡ଼ ନକରିବାକୁ ମୁଖ୍ୟ ସଚିବ, ପରାମର୍ଶ ଦେଇଛନ୍ତି। ନିୟମିତ ସ୍ଥିତି ମନିଟର କରିବାକୁ ତୈଳ କଂପାନୀଙ୍କୁ ନିର୍ଦ୍ଦେଶ ରହିଛି। ରାଜ୍ୟରେ ତେଲର, ଅଭାବ ନଥିଲା। କିନ୍ତୁ ସହରାଞ୍ଚଳରେ ଲୋକଙ୍କ, ଗୁଜବ ଏବଂ ପ୍ରଶାସନିକ ସ୍ତରରେ ପରିଚାଳନାଗତ ତ୍ରୁଟି ହିଁ,ସଂକଟ ଛିଡ଼ା କରିଦେଲା ।ଫଳରେ ଲୋକଙ୍କୁ, ହଇରାଣ ହେବାକୁ ପଡ଼ିଲା ।ଏବେ ପେଟ୍ରୋଲ ପମ୍ପରେ ନାହିଁ ଗହଳି।ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ, ଲମ୍ବାଲାଇନ ଲାଗୁଥିବା ବେଳେ ପେଟ୍ରୋଲ ପମ୍ପ ଏବେ ଶୂନଶାନ। ଆଜି ଲୋକସେବା ଭବନରେ, ତୈଳ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ସଚିବ ଅନୁଗର୍ଗ।ରାଜ୍ୟରେ କୌଣସି ସ୍ଥାନରେ ତୈଳର ଅଭାବ ନାହିଁ। ଲୋକ ମାନେ ଅଯଥାରେ, ପେଟ୍ରୋଲ ପମ୍ପରେ ଭିଡ଼ କରନ୍ତୁ ନାହିଁ କି ହୋର୍ଡିଂ କରନ୍ତୁ ନାହିଁ।  ଅନ୍ତର୍ଜାତୀୟ ବଜାର, ତେବେ ଲୋକଙ୍କ ଆଚରଣଗତ ଶୈଳୀ ଓ ଖୁଚୁରା ବ୍ୟବସାୟ ପରିଚାଳନାର ତ୍ରୁଟି ହିଁ ଏଥିପାଇଁ ମୁଖ୍ୟତଃ ଦାୟୀ। ସ୍ଥିତିକୁ ହଠାତ ସଂଗୀନ କରିଦେଲା, ସ୍ଥାନୀୟ ଚାହିଦା ଓ ଗୁଜବ।ତେଲ ଟାଙ୍କି ଖାଲି ହୋଇ ଯିବା ଭୟରେ ସହରାଞ୍ଚଳରେ ‘ପ୍ୟାନିକ୍ ବାୟିଂ’ ଆରମ୍ଭ ହେଲା। ଫଳରେ ଦୈନିକ ତେଲ ଚାହିଦା ହଠାତ୍, ୩୦ ରୁ ୫୦ ପ୍ରତିଶତ ବୃଦ୍ଧି ପାଇଲା।  ପେଟ୍ରୋଲ୍ କଳାବଜାରୀ ହେଉଥିବା ଭଳି ମିଥ୍ୟା ଖବର ସ୍ଥିତିକୁ ଆହୁରି ଜଟିଳ କରିଦେଇଛି।

Related Articles

Back to top button