ଅନ୍ତର୍ଜାତୀୟଅନ୍ୟାନ୍ୟ

ଦେଶ ବିଦେଶରେ ବଢ଼ୁଛି କୋରାପୁଟ କଫିର ଚାହିଦା ।

 ଭୁବନେଶ୍ୱର,କୋରାପୁଟ କଫିର ବାସ୍ନା ଏବେ କେବଳ ଦେଶରେ ନୁହେଁ ବିଦେଶରେ, ମଧ୍ୟ ପହଞ୍ଚି ସାରିଛି । ଆଉ ଏହି କଫି ଚାଷକୁ ଆଧାର କରି ଆଦିବାସୀ ଚାଷୀଙ୍କ ଜୀବନରେ ଆସିବାକୁ ଯାଉଛି ବଡ଼ ପରିବର୍ତ୍ତନ ।ଆଗାମୀ ଦିନରେ ଅଧିକ ହେକ୍ଟର ଜମିରେ କଫି ଚାଷ କରାଯିବାକୁ, ଲକ୍ଷ୍ୟ ରଖାଯାଇଛି  । ଏହା କଫି ଗବେଷଣାକୁ ଅଧିକ ଶୃଦୃଢ଼ କରିବ । ଚାଷୀ ମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେଲେ ଆଦିବାସୀ କଫି ଚାଷୀ ଆଗକୁ, ସ୍ୱାବଲମ୍ବୀ ହୋଇପାରିବେ ବୋଲି କହିଛନ୍ତି ଚାଷୀ କାମେୟା ପାଙ୍ଗି । ଜୈବିକ ପଦ୍ଧତିରେ ଉତ୍ପାଦିତ କୋରାପୁଟ କଫିର ଚାହିଦା, ଦିନକୁ ଦିନ ବଢ଼ିବାରେ ଲାଗିଛି ।‘ମନ କୀ ବାତ’ କାର୍ଯ୍ୟକ୍ରମରେ କୋରାପୁଟ କଫିର ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଯାହା ପରେ କଫି ଚାଷର ଚାହିଦା, ଆହୁରି ବଢ଼ିଥିଲା । ଆଉ ଏବେ ଚାଷୀ ଓ ଉଦ୍ୟାନ ବିଭାଗ, କଫିବୋର୍ଡ଼, ଜିଲ୍ଲାପାଳ, ଷ୍ଟେକ ହୋଲ୍ଡର ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଏକାଠି ହୋଇ, କଫି ଚାଷର ଆହୁରି ବିକାଶ ପାଇଁ ପ୍ରସ୍ତୁତ କରିଛନ୍ତି ନୂଆ ରୋଡମ୍ୟାପ୍ ।

Related Articles

Back to top button