ଭୟଙ୍କର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭୁବନେଶ୍ୱର,ତୁର୍କୀ ଏୟାରଲାଇନ୍ସର ବିମାନ TK-726, ଇସ୍ତାନବୁଲରୁ ନେପାଳ ରାଜଧାନୀ, କାଠମୁଣ୍ଡ ଆସୁଥିଲା । ବିମାନଟି ତ୍ରିଭୁବନ ଇଣ୍ଟରନ୍ୟାସନାଲ ଏୟାର ପୋର୍ଟରେ ଅବତରଣ କରୁଥିଲା । ଠିକ୍ ସେହି ସମୟରେ ବିମାନର ଆଗ ଟାୟାରରେ ନିଆଁ ଲାଗି ଯାଇଥିଲା । ଯାହାଫଳରେ ବିମାନ ଭିତରେ ଥିବା ଯାତ୍ରୀଙ୍କ ମଧ୍ୟରେ ,ଭୟର ବାତାବରଣ ଖେଳି ଯାଇଥିଲେ । ବିମାନ ଟାୟରରେ ନିଆଁ ଲାଗିଥିବା ଖବର ପାଇବା ପରେ ଏୟାରପୋର୍ଟ କର୍ତ୍ତୃପକ୍ଷ ତତ୍ପର ହୋଇଥିଲେ । ପ୍ରଥମେ ବିମାନରେ ଥିବା ୨୭୬ ଯାତ୍ରୀଙ୍କୁ ଆପାତକାଳୀନ ଡୋର ଦେଇ, ବାହାର କରାଯାଇଥିଲା । ତାପରେ ନିଆଁକୁ ଆୟତ୍ତ କରାଯାଇଥିଲା ।ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।ଏୟାରପୋର୍ଟ ସୁରକ୍ଷା ଅଧିକାରୀ ରାଜକୁମାର, ସିଲାୱାଲ କହିଛନ୍ତି, ତୁର୍କୀ ଏୟାରଲାଇନ୍ସଟି ଞକ-୭୨୬ ଇସ୍ତାନବୁଲରୁ କାଠମାଣ୍ଡୁ ଆସୁଥିଲା । ଲେଣ୍ଡିଂ ସମୟରେ ଆଗ ଟାୟାରରେ ନିଆଁ ଲାଗି ଯାଇଥିଲା । ଏହାଛଡ଼ା ୧୧ କର୍ମଚାରୀ ଥିଲେ । ଯାତ୍ର୍ରୀଙ୍କ ଭିତରେ ଆମେରିକାର କିଛି ଅଧିକାରୀ ଥିବା, ଜଣାପଡ଼ିଛି । ତେବେ ବିମାନର ଟାୟରରେ କେମିତି ନିଆଁ ଲାଗିଲା, ତାହା ଜଣାପଡ଼ି ନାହିଁ ।ସେପଟେ ସୋସିଆଲ ମିଡିଆରେ, ଭାଇରାଲ୍ ହେଉଛି ଏକ ଭିଡିଓ । ଯେଉଁଥିରେ ବିମାନର ଡାହାଣ ପାର୍ଶ୍ୱ ଲ୍ୟାଣ୍ଡିଂ ଗିୟରରେ, ନିଆଁ ଲାଗିଥିବା ଦେଖିବାକୁ ମିଳୁଛି । ସେଥିରୁ ପ୍ରବଳ ଧୂଆଁ ବାହାରୁଛି। ବିମାନରେ ଥିବା ଯାତ୍ରୀମାନଙ୍କୁ ଜରୁରୀକାଳୀନ ଦ୍ୱାର ଦେଇ ବାହାରକୁ ଅଣାଯାଇଥିଲା। ଏହି ଘଟଣାକୁ ନେଇ ବିମାନବନ୍ଦର କିମ୍ବା ଏୟାରଲାଇନ୍ସ କମ୍ପାନୀ ପକ୍ଷରୁ କୌଣସି ଆଧିକାରିକ ବୟାନ ମିଳିପାରି ନାହିଁ।




