ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ଦୁଇଦିନ ଧରି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି କରାଯିବ।

ଭୁବନେଶ୍ୱର ,ଆଜିଠାରୁ ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଥିବାରୁ, ଏହି ଅବଧି ମଧ୍ୟରେ ମହାପ୍ରଭୁଙ୍କ ଯାତ ଭୋଗ ଏବଂ ମଧ୍ୟାହ୍ନ ଧୂପ ପରେ ରତ୍ନ ଗଣତି ହେବ।ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି କରାଯିବ।ଗଣତି ଦିନ ଧାର୍ଯ୍ୟ ଅବଧିରେ ସର୍ବସାଧାରଣଙ୍କ ନିମନ୍ତେ ଭିତର କାଠ ନିକଟରୁ ଦର୍ଶନ ବନ୍ଦ ରହିବ। ସମସ୍ତ ସେବକ, ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପୂର୍ବପରି ସମ୍ପୂର୍ଣ୍ଣ ସହଯୋଗ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ନିବେଦନ କରିଛନ୍ତି।ଅପରାହ୍ଣ ପ୍ରାୟ ୪ଟାରୁ ସନ୍ଧ୍ୟା ଧୂପ ଶେଷ ହେବା ପର୍ଯ୍ୟନ୍ତ ଭିତର କାଠ ଦର୍ଶନ ବନ୍ଦ ରହିବ। ଗଣତି ପ୍ରକ୍ରିୟା ଚାଲୁ ରହିଥିବା ସମୟରେ ଶ୍ରୀଜୀଉଙ୍କ ନୀତି ଅବ୍ୟାହତ ରହିବ ଏବଂ ଅଧିକୃତ ପାଳିଆ ସେବକମାନେ ଜଗମୋହନ ଓ ଗର୍ଭଗୃହକୁ ନୀତି ସମ୍ପାଦନ ନିମନ୍ତେ ପ୍ରବେଶ କରିପାରିବେ।



