ମଧ୍ୟପ୍ରାଚ୍ୟ ପୁଣି ଅଶାନ୍ତ ହୋଇଉଠିଛି।

ଭୁବନେଶ୍ୱର ,ମଧ୍ୟପ୍ରାଚ୍ୟ ପୁଣି ଅଶାନ୍ତ ହୋଇଉଠିଛି। ଅସ୍ତ୍ରବିରତି ଜାରି ରହିଥିବା ସତ୍ତ୍ବେ ଆମେରିକା ତରଫରୁ ହର୍ମୁଜ ପ୍ରଣାଳୀରେ ଥିବା ଇରାନର ଦୁଇଟି ତୈଳବାହୀ ଟ୍ୟାଙ୍କର ଉପରେ, କ୍ଷେପଣାସ୍ତ୍ର ମାଡ କରାଯାଇଥିବା ଜଣାପଡିଛି।ମଧ୍ୟପ୍ରାଚ୍ୟ ପୁଣି ଅଶାନ୍ତ ହୋଇଉଠିଛି। ଏହାର ପ୍ରତିଶୋଧ ନେବାକୁ, ଇରାନ ପ୍ରସ୍ତୁତ ଥିବା କହିଛି। ଅପରପକ୍ଷରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆମେରିକାର ତିନିଟି ଯୁଦ୍ଧଜାହାଜ ହର୍ମୁଜ ପ୍ରଣାଳୀ ଅତିକ୍ରମ କରୁଥିବାବେଳେ ଇରାନ ପକ୍ଷରୁ ଏଗୁଡିକ ଉପରେ ଆକ୍ରମଣ କରାଯାଇଥିଲା। ପାରସ୍ୟ ଉପସାଗରରେ ଆମେରିକାର ଉପସ୍ଥିତିକୁ ବିରୋଧ କରିବାକୁ, ଇରାନ ପକ୍ଷରୁ ଏକାଧିକ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଙ୍କୁ ଅନୁରୋଧ କରାଯାଇଛି।ଇରାନ ଯଦି ବୁଝାମଣା କରିବାକୁ ଅରାଜି ହୁଏ, ତେବେ ଆଗାମୀ ଦିନରେ ଆକ୍ରମଣକୁ ଅଧିକ ଜୋରଦାର କରାଯିବ ବୋଲି ଟ୍ରମ୍ପ, ଧମକ ମଧ୍ୟ ଦେଇଛନ୍ତି। ଏହା ବ୍ୟତୀତ ଆମେରିକାର ଯୁଦ୍ଧବିମାନଗୁଡିକ ବନ୍ଦର ଖାମିର, ସିରିକ୍ ଭଳି ସହର ଉପରେ, ବୋମାମାଡ କରିଛି ବୋଲି ଇରାନ ଅଭିଯୋଗ କରିଛି।




