Uncategorized

ୟୁଏଇ ଉପରେ ପୁଣି ମିସାଇଲ୍ ମାଡ଼: ଇରାନର ଡ୍ରୋନ୍‌କୁ ଜବାବ ଦେଉଛି ପ୍ରତିରକ୍ଷା ପ୍ରଣାଳୀ

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଉପରେ ପୁଣି ଥରେ ବଡ଼ ଧରଣର ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣରେ ସାରା ଦେଶ ଥରି ଉଠିଥିବା ବେଳେ ୟୁଏଇର ଶକ୍ତିଶାଳୀ ପ୍ରତିରକ୍ଷା ପ୍ରଣାଳୀ ସମସ୍ତ ମିସାଇଲକୁ ଆକାଶ ମାର୍ଗରେ ନଷ୍ଟ କରିଦେବାରେ ସଫଳ ହୋଇଛି। ୟୁଏଇ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁଯାୟୀ, ବାଲାଷ୍ଟିକ ମିସାଇଲ୍, କ୍ରୁଜ୍ ମିସାଇଲ୍ ଏବଂ ୟୁଏଭି (ଡ୍ରୋନ୍) ଗୁଡ଼ିକୁ ଚିହ୍ନଟ କରାଯାଇ ସଫଳତାର ସହ ନଷ୍ଟ କରାଯାଇଛି। ଏହି ଆକ୍ରମଣରେ କୌଣସି ଜୀବନହାନି ବା ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ। ଏହି ଆକ୍ରମଣ ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ସିଧାସଳଖ ଇରାନକୁ ଦାୟୀ କରିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି ମନ୍ତ୍ରାଳୟ କହିଛି ଯେ, ଶତ୍ରୁ ପକ୍ଷରୁ ଆସୁଥିବା ପ୍ରତିଟି ବିପଦ ଉପରେ ଏୟାର ଡିଫେନ୍ସ ସିଷ୍ଟମ ନଜର ରଖିଛି ଏବଂ କଡ଼ା ଜବାବ ଦିଆଯାଉଛି। ମନ୍ତ୍ରାଳୟ ପକ୍ଷରୁ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଇଛି ଯେ, ସେମାନେ ଯେପରି କୌଣସି କ୍ଷତିଗ୍ରସ୍ତ ଅଟ୍ଟାଳିକା ନିକଟକୁ ନ ଯାଆନ୍ତି। ଏଥିସହ ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳର ଫଟୋ ବା ଭିଡିଓ ନ ଉଠାଇବାକୁ ପରାମର୍ଶ ଦିଆଯାଇଛି।

Related Articles

Back to top button