ଓଡ଼ିଶାପାଣିପାଗ

ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

 ଭୁବନେଶ୍ୱର,ଉପକୂଳ, ପଶ୍ଚିମ, ଦକ୍ଷିଣ, ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡ଼ିକରେ, କାଳବୈଶାଖୀ ଦ୍ବାରା ବଜ୍ରପାତ ସହିତ ଝଡ଼ବର୍ଷା ହୋଇଛି। କାଳବୈଶାଖୀ ପ୍ରଭାବରେ ପଶ୍ଚିମରେ ତାତି କମିଛି। ସୁବର୍ଣ୍ଣପୁରରେ କାଳବୈଶାଖୀ, ତାଣ୍ଡବ ରଚିଛି। ସୁବର୍ଣ୍ଣପୁରରେ କାଳବୈଶାଖୀ ତାଣ୍ଡବ ରଚିଛି। ଏଠାରେ ସବୁଠୁ ଅଧିକ ୩୦ ମି.ମି. ବର୍ଷା ହୋଇଛି। ଗୋପାଳପୁରରେ ୮.୬ମି.ମି. ଓ ଖୋରଧାରେ ୫ମି.ମି. ବର୍ଷା ରେକର୍ଡ କରାଯାଇଛି।ଭୁବନେଶ୍ବର, ଚାନ୍ଦବାଲି, କଟକ, ପାରାଦ୍ବୀପ, କେନ୍ଦୁଝର, ବଲାଙ୍ଗିର, ଦାରିଙ୍ଗବାଡ଼ି, ନୟାଗଡ଼, ବୌଦ୍ଧ, ରାୟଗଡ଼ା, ଢେଙ୍କାନାଳ, ଖୋରଧା ଏବଂ ରାଉରକେଲାରେ ବଜ୍ରପାତ ସହିତ ଝଡ଼ବର୍ଷା ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ଦିନ ତାପମାତ୍ରା ହ୍ରାସ ପାଇଛି। ପଶ୍ଚିମରେ ଦିନ ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଥିଲା। କିନ୍ତୁ ସେଠାରେ ଏବେ ତାପମାତ୍ରା ୩୫ରୁ ୩୬ ଡିଗ୍ରୀକୁ ଖସି ଆସିଛି।ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋରଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାକୁ କାଳବୈଶାଖୀ ପାଇଁ, ସତର୍କ ସୂଚନା ଜାରି କରାଯାଇଛି।

Related Articles

Back to top button