ଅନ୍ୟାନ୍ୟରାଜନୀତି

ପଶ୍ଚିମବଙ୍ଗରେ ବିଜେପିର ସରକାର ଗଠନ ନେଇ ଜୋରଦାର କସରତ।

 ଭୁବନେଶ୍ୱର,ବିଜେପିର ଐତିହାସିକ ବିଜୟ ପରେ, ପଶ୍ଚିମବଙ୍ଗରେନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି, ଜୋରଦାର। ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ମେ ୯ ତାରିଖରେ ପଡୁଥିବାରୁ ଏହି ତାରିଖକୁ, ବିଶେଷ ଗୁରୁତ୍ୱ ଦିଆଯାଇଛି। ବିଜେପି ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ ସୂଚନା ଦେଇ କହିଛନ୍ତି ଯେ, ମେ ୯ ତାରିଖରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବ।ସେହିପରି ବରିଷ୍ଠ ନେତା ଦିଲୀପ ଘୋଷ, ସମିକ ଭାଟାଚାର୍ଯ୍ୟଙ୍କ ନାଁ ମଧ୍ୟ ରେସରେ ଅଛନ୍ତି। ସେହିପରି ମହିଳା  ଚେହେରା ଭାବେ, ଅଗ୍ନିମିତ୍ରା ପାଲଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ୨୦୦ରୁ ଅଧିକ ଆସନରେ ବିଜୟ ସହ ପଶ୍ଚିମବଙ୍ଗରେ, ପ୍ରଥମ ଥର କ୍ଷମତାକୁ ଆସିଛି ବିଜେପି।ସେପଟେ  ବିଜେପିର ପ୍ରଚଣ୍ଡ ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।। ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ, ହରାଇଥିବା ବିଜେପିର ଫାୟାରବ୍ରାଣ୍ଡ ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ନାଁ ସବୁଠୁ ଆଗରେ ରହିଛି। ଶୁଭେନ୍ଦୁ ଅଧିକାରୀ ସମେତ ଅନେକ ବରିଷ୍ଠ ବିଜେପି ନେତା ଦିଲ୍ଲୀରେ ଅମିତ ଶାହଙ୍କ ସହ ସରକାର ଗଠନ ରଣନୀତି ଉପରେ ଆଲୋଚନା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ, କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Related Articles

Back to top button