Uncategorized

କ୍ଷୀର ଦର ବୃଦ୍ଧି କଲା ଓମଫେଡ

ଭୁବନେଶ୍ବର : ଓଡିଶାରେ କ୍ଷୀର ଦର ବୃଦ୍ଧି କଲା ଓମଫେଡ । ଟୋନ୍ଡ ଦୁଗ୍ଧ ଲିଟର ପିଛା ୪ ଟଙ୍କା ବୃଦ୍ଧି ହୋଇଛି । ଏବେ କ୍ଷୀର ଲିଟର ପିଛା ୫୦ ଟଙ୍କାରୁ ବୃଦ୍ଧି ହୋଇ ୫୪ଟଙ୍କାରେ ପହଞ୍ଚିଛି । ପ୍ରିମିୟମ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇଥିବାବେଳେ ଏବେ ଏହି ଦୁଗ୍ଧ ଲିଟର ପିଛା ୫୮ ଟଙ୍କା ହୋଇଛି । ଗୋଲ୍ଡ ପ୍ରିମିୟମ ପ୍ଲସ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇଛି । ଏବେ ଏହାର ଦାମ ୬୦ ଟଙ୍କାରୁ ବୃଦ୍ଧି ହୋଇ ୬୪ ଟଙ୍କାରେ ପହଞ୍ଚିଛି । ଆଜିଠାରୁ ଏହି ଦର ଲାଗୁ ହୋଇଛି।  ଅନ୍ୟପକ୍ଷରେ ଏହି ଦର ବୃଦ୍ଧିକୁ ନେଇ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ ଏହା ଦୁଗ୍ଧ ଚାଷୀଙ୍କ ହିତ ପାଇଁ ଦର ବୃଦ୍ଧି ହୋଇଛି । ଦୁଗ୍ଧ ଚାଷୀ ଏହା ଦ୍ଵାରା ଲାଭାନ୍ଵିତ ହେବେ ।

Related Articles

Back to top button