ଅପରାଧଓଡ଼ିଶା

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

ଭୁବନେଶ୍ବର: ମହିଳା ହାବିଲଦାରଙ୍କୁ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ରିଜର୍ଭ ଇନ୍ସପେକ୍ଟର ଗୋବିନ୍ଦ ମାହାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅନୁଗୁଳ ଏସପିଙ୍କ ସୁପାରିସ କ୍ରମେ ତାଙ୍କୁ ତୁରନ୍ତ କଳାହାଣ୍ଡି ଜିଲ୍ଲାକୁ ବଦଳି କରାଯାଇଛି। ରିଜର୍ଭ ଇନ୍ସପେକ୍ଟର ଗୋବିନ୍ଦ ମାହାରୀ ଜଣେ ମହିଳା ହାବିଲଦାରଙ୍କୁ ଦୀର୍ଘ ଦିନ ଧରି ମାନସିକ ନିର୍ଯାତନା ଦେଉଥିବା ନେଇ ସମ୍ପୃକ୍ତ ମହିଳା ଅଭିଯୋଗ କରିଥିଲେ। ବାରମ୍ବାର ଗୁହାରି ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ମହିଳା ହାବିଲଦାର ଜଣକ ଅନୁଗୁଳ ଏସପି ଅଫିସ୍ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା।  ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଅନୁଗୁଳ ଏସପି ଘଟଣାର ତଦନ୍ତ କରିଥିଲେ। ଏହାପରେ ତାଙ୍କ ସୁପାରିସ ଆଧାରରେ ଗୋବିନ୍ଦ ମାହାରୀଙ୍କୁ ଅନୁଗୁଳରୁ କଳାହାଣ୍ଡିକୁ ବଦଳି କରାଯାଇଛି। ପୋଲିସ ବିଭାଗ ମଧ୍ୟରେ ଶୃଙ୍ଖଳା ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।

Related Articles

Back to top button