
ଭୁବନେଶ୍ୱର,I P L ରେ, ସର୍ବାଧିକ ରନ୍ ସଂଗ୍ରହ ତାଲିକାରେ, ଏବେ କୋହଲି ଶୀର୍ଷରେ ଅଛନ୍ତି ।
ଏହି ଉପଲବ୍ଧି ପରେ ସୋସିଆଲ୍ ମିଡିଆରେ,କୋହଲିଙ୍କ ପ୍ରଶଂସକ ଓ ପୂର୍ବତନ ଖେଳାଳିମାନେ ଅଭିନନ୍ଦନ ଜଣାଇଛନ୍ତି ।
ତାଲିକାରେ କୋହଲିଙ୍କ ପଛକୁ ୬ହଜାର ୬୦୦ ରନ ସହିତ ଶିଖର ଧାୱନ ଦୁଇ ନମ୍ବରରେ ଥିବାବେଳେ ରୋହିତ ଶର୍ମା ୬ ହଜାର ୫୦୦ ରନ ସହିତ ତୃତୀୟ ସ୍ଥାନରେ ରହିଛନ୍ତି।
ଆଇପିଏଲ୍ ଇତିହାସରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ପୂରଣ କଲେ ୯ ହଜାର ରନ୍ ।
ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ୨୩ ରନ୍ କରିବା ପରେ ଏହି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ବିରାଟ ।
ଏହି ମ୍ୟାଚ ପୂର୍ବରୁ କୋହଲି ୯ ହଜାର ରନଠୁ ମାତ୍ର, ୧୧ ରନ ଦୂରରେ ରହିଥିଲେ।




