ବଙ୍ଗାଳପୁର ଗୋପୀନାଥ ଜୀଉ ମଠ ମନ୍ଦିରର ରତ୍ନମୁଦ ଅନୁଷ୍ଠିତ


କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ବଙ୍ଗାଳପୁର ପଂଚାୟତ ବଙ୍ଗାଳପୁର ଗ୍ରାମର ୫୦୦ ବର୍ଷର ପୁରାତନ ମଠ ର ଇଷ୍ଟଦେବ ଶ୍ରୀ ଶ୍ରୀ ଗୋପୀନାଥ ଜୀଉ ଙ୍କ ନୂତନ ମନ୍ଦିର ର ରତ୍ନମୁଦ କାର୍ଯ୍ୟକ୍ରମ ପବିତ୍ର ଅକ୍ଷୟ ତୃତୀୟା ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଯୋଗଦେଇ ରତ୍ନମୁଦ ସମ୍ପର୍ଣ୍ଣ କରିଛନ୍ତି।

ଗ୍ରାମର ଯୁବ ଉଦ୍ୟୋଗୀ ପ୍ରସନ୍ନ କୁମାର ଲେଙ୍କା (ନଙ୍ଗୁ )ଙ୍କ ପ୍ରଚେଷ୍ଟା ଓ ଗ୍ରାମର ବୈକୁଣ୍ଠ ନାଥ ଲେଙ୍କା, ମାଗୁଣି ଚରଣ ଲେଙ୍କା, ଶୁଭେନ୍ଦୁ ଲେଙ୍କା, ଫକୀର ଚରଣ ଲେଙ୍କା, ମଙ୍ଗୁଳି ଚରଣ ନାୟକ, ଅନନ୍ତ ସାହୁ ଉକ୍ତ କାର୍ଯ୍ୟ ପରିଚାଳନା କରିଥିଲେ ଓ ଗୋପୀନାଥ ଜୀଉ ଯୁବକ ସଙ୍ଘ ର ସଭ୍ୟ ଓ ସଭ୍ୟା ଙ୍କ ସହଯୋଗ ରେ ଅନୁଷ୍ଠିତ ହୋଇଯାଇଛି।ମନ୍ଦିର ର ରତ୍ନମୁଦ କାର୍ଯ୍ୟକ୍ରମ ର ପୂଜାରେ ଡକ୍ଟର ପ୍ରମୋଦ କୁମାର ଲେଙ୍କା ଏବଂ ତାଙ୍କ ସହଧର୍ମିଣୀ କବିତା ଲେଙ୍କା କର୍ତ୍ତା ଓ କର୍ତ୍ତୀ ଭାବେ ପୂଜା ସମ୍ପର୍ଣ୍ଣ କରିଛନ୍ତି। ପରିଶେଷରେ ଯୁବ ଉଦ୍ୟୋଗୀ ପ୍ରସନ୍ନ କୁମାର ଲେଙ୍କା (ନଙ୍ଗୁ ) ବଙ୍ଗାଳପୁର ଗ୍ରାମବାସୀ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।




