
ଭୁବନେଶ୍ୱର,ମହାନଦୀ ଜଳ ବିବାଦ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି, ସସ୍ମିତ ପାତ୍ର। ଏହାକୁ ନେଇ ସେ ଏକ ଭିଡିଓ ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ମହାନଦୀ ଟ୍ରିବୁନାଲ ୨୦ ଏପ୍ରିଲ ୨୦୨୬ରେ ଏକ ଶୁଣାଣି ହୋଇଥିଲା। ହୋଇଥିବା ଶୁଣାଣିରେ, ଟ୍ରିବୁନାଲ ସ୍ପଷ୍ଟ ଭାବରେ କହିଛନ୍ତି, ଯେଉଁପ୍ରକାରେ କାର୍ଯ୍ୟଧାରାରେ ମନ୍ଥରତା ଓ ପରିଚାଳନା ହେଉଛି ଏହାକୁ ସେମାନେ ଖୁସି ନୁହଁନ୍ତି, ସେମାନେ ଅସନ୍ତୁଷ୍ଟ ଅଛନ୍ତି। ମାମଲାର ପରିଚାଳନା ଶୈଳୀକୁ ନେଇ ଟ୍ରିବ୍ୟୁନାଲ୍ ଅସନ୍ତୋଷ ପ୍ରକାଶ କରିଛନ୍ତି। ବାରମ୍ବାର ସ୍ଥଗିତ ସହ, କୌଣସି ଆଖିଦୃଶିଆ ଅଗ୍ରଗତି ବିନା ପକ୍ଷମାନେ ବାରମ୍ବାର ସମୟ ମାଗୁଛନ୍ତି ବୋଲି ମଧ୍ୟ ସେମାନେ ଉଲ୍ଲେଖ କରିଛନ୍ତି। ବିବାଦୀୟ ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ, ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରସ୍ତାବ ଏପର୍ଯ୍ୟନ୍ତ ରେକର୍ଡରେ ରଖାଯାଇ ନାହିଁ। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଦେଇଥିବା ନିର୍ଦ୍ଦେଶନାମାରେ ଓଡ଼ିଶା ପ୍ରତି କରାଯାଇଥିବା ପ୍ରତିକୂଳ ମନ୍ତବ୍ୟ ସମ୍ପର୍କରେ ସାଂସଦ ଡଃ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ, ଅବଗତ କରାଇଛନ୍ତି। ବାର୍ଷିକ ଜଳ ଉପଲବ୍ଧତା ସମ୍ପର୍କିତ ନିଷ୍ପତ୍ତି ଓଡ଼ିଶାର ଜଳ ବଣ୍ଟନ, ଏବଂ ବ୍ୟବହାର ଅଧିକାର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଛତିଶଗଡ଼ ସରକାରଙ୍କ ସହ ଉଚ୍ଚସ୍ତରୀୟ ରାଜନୈତିକ ବା ପ୍ରାଶାସନିକ ଆଲୋଚନା ମାଧ୍ୟମରେ ସହମତି ପାଇଁ ଚେଷ୍ଟା କରିବା। ମେ’ ୨ ସୁଦ୍ଧା ମହାନଦୀ ଜଳ ବିବାଦକୁ ନେଇ ସମସ୍ତ ତଥ୍ୟ ଦେବାକୁ, ପଡ଼ିବ। ଏହାକୁ ନେଇ ତୁରନ୍ତ ଏକ ବୈଠକ ଡାକିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।




