ଅନ୍ତର୍ଜାତୀୟବାଣିଜ୍ୟ
ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର ବୃଦ୍ଧି ପାଇଛି।

ଭୁବନେଶ୍ୱର ,ଆମେରିକାର ବେଞ୍ଚମାର୍କ ଅଶୋଧିତ ତୈଳ ୫.୬% ବୃଦ୍ଧି ପାଇ, ପ୍ରତି ବ୍ୟାରେଲ ପିଛା ୮୭.୨୦ ଡଲାରରେ ପହଞ୍ଚିଛି।
ଆନ୍ତର୍ଜାତୀୟ ମାନଦଣ୍ଡ ବ୍ରେଣ୍ଟ ଅଶୋଧିତ ତୈଳ ୫.୩% ବୃଦ୍ଧି ପାଇ, ବ୍ୟାରେଲ ପିଛା ୯୫.୧୬ ଡଲାର ହୋଇଛି।
ହର୍ମୁଜ୍ ପ୍ରଣାଳୀରେ ଉତ୍ତେଜନା ବୃଦ୍ଧି ପାଇବା ସହ, ତୈଳ ମୂଲ୍ୟ ଏବଂ ଷ୍ଟକ୍ ବୃଦ୍ଧି ପାଇଛି।
ସୋମବାର ଇରାନ ଏବଂ ଆମେରିକା ମଧ୍ୟରେ, ଅଚଳାବସ୍ଥା ଯୋଗୁଁ ଏସୀୟ ସେୟାର ବଜାର ସହ ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର ବୃଦ୍ଧି ପାଇଛି।
ଇରାନ ବନ୍ଦରଗୁଡ଼ିକ ଉପରେ ଆମେରିକାର ନୌସେନା ଅବରୋଧ ଜାରି ରହିଛି ବୋଲି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି।
ଇରାନ ହର୍ମୁଜ୍ ପ୍ରଣାଳୀକୁ ପୁଣିଥରେ ଖୋଲିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ପରେ, ଏହି ଉତ୍ତେଜନା ଦେଖା ଦେଇଛି।




