
ଭୁବନେଶ୍ୱର ,ଗଞ୍ଜେଇ ମାଫିଆ ମାନେ ନୂଆ ତରିକା ଆପଣାଇବାରେ ଲାଗିଛନ୍ତି। ଏବେ ଘର, ବାଡ଼ି, ବଗିଚ଼ାରେ ଗଞ୍ଜେଇ ନରଖି ଜଙ୍ଗଲ, ପାହାଡ଼ ଓ ଗୁମ୍ଫାରେ ଜରି ପାଲ ଘୋଡ଼ାଇ ରଖୁଛନ୍ତି।
ମାଫିଆ ମାନେ ଲୁଚାଇ ରଖିଥିଲେ, କୋଟିଏ ଟଙ୍କାର ଗଞ୍ଜେଇ।
ଖବର ପାଇ ଗଞ୍ଜେଇ ଜବତ କରିଛି ଅଡ଼ବା ପୁଲିସ।ଗଜପତି ଜିଲ୍ଲା ରା.ଉଦୟଗିରି ଏସଡ଼ିପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ, ଅଡ଼ବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା ଓ କର୍ମଚାରୀ ଗୁଡ୍ରିପଙ୍କା ଗ୍ରାମ ନିକଟ ଘଞ୍ଚ ଜଙ୍ଗଲରେ ଚଢ଼ାଉ କରିଥିଲା।
ପ୍ଳାଷ୍ଟିକ ଡ୍ରମ ଓ ଟିଣ ବାକ୍ସ ମଧ୍ୟରେ ୪୨ଟି ପ୍ଲାଷ୍ଟିକ ଜରି ଅଖାରେ, ଥିବା ଗଞ୍ଜେଇ ଏହି ଚଢ଼ାଉରେ ଜବତ କରାଯାଇଥିଲା। ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ପାଇଁ ରଖାଯାଇଥିବା ସୂଚନା ରହିଛି।
ଜବତ ଗଞ୍ଜେଇର ଓଜନ ୧୦୫୪ କିଲୋ ହୋଇଥିବା ବେଳେ, ଆନୁମାନିକ ବଜାର ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି।



