ହର୍ମୁଜକୁ ନେଇ ଟ୍ରମ୍ପଙ୍କୁ ଇରାନ ଧମକ ଦେଇଛି

ଭୁବନେଶ୍ୱର ,ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ତାଙ୍କ ଟ୍ୱିଟର ଆକାଉଣ୍ଟରେ, ଏକ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ ଆମେରିକା ନୌସେନାକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଇରାନକୁ ଟୋଲ୍ ଦେୟ କରୁଥିବା, ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ସମସ୍ତ ଜାହାଜକୁ ଚିହ୍ନଟ କରନ୍ତୁ।ଆମେରିକାର, କେନ୍ଦ୍ରୀୟ କମାଣ୍ଡ ଆଜିଠାରୁ ହର୍ମୁଜ୍ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଅବରୋଧ କରିବାକୁ, ଘୋଷଣା କରିଛି। ଏହି ଅବରୋଧ ଇରାନର ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକୁ ଜାହାଜଗୁଡ଼ିକୁ ଯିବା ଆସିବାରେ ବାଧା ଦେବ। ଏହି ଅବରୋଧ ଆଜି ଭାରତୀୟ ସମୟ, ସନ୍ଧ୍ୟା ୭:୩୦ ରେ କାର୍ଯ୍ୟକାରୀ ହେବ। ଏହା ପରେ, ବିଶ୍ୱରେ ହଇଚଇ ସୃଷ୍ଟି ହୋଇପାରେ।ଇରାନ ଧମକ ଦେଇଛି ଯେ ହର୍ମୁଜ୍ ପ୍ରଣାଳୀରେ ପ୍ରବେଶ କରୁଥିବା ଯେକୌଣସି ସାମରିକ ଜାହାଜ ଅସ୍ତ୍ରବିରତି ଉଲ୍ଲଂଘନ ହେବ। ଇରାନର ରିଭଲ୍ୟୁସନରୀ ଗାର୍ଡ କହିଛି ଯେ, ହର୍ମୁଜ୍ ପ୍ରଣାଳୀ ନିକଟକୁ ଆସୁଥିବା ଯେକୌଣସି ଆମେରିକୀୟ ସାମରିକ ଜାହାଜ ଅସ୍ତ୍ରବିରତି ଉଲ୍ଲଂଘନ ବୋଲି ବିବେଚନା କରାଯିବ। ଟ୍ରମ୍ପଙ୍କ କାର୍ଯ୍ୟର ପ୍ରତିକାର କରାଯିବ।ଆମେରିକା ନୌସେନା ଏବେ ହର୍ମୁଜ୍ ପ୍ରଣାଳୀରେ ବିଛାଯାଇଥିବା ଲ୍ୟାଣ୍ଡମାଇନ୍ ନଷ୍ଟ କରି ଏହାକୁ ସଫା କରିବ ଏବଂ ଏହାର ନିୟନ୍ତ୍ରଣକୁ ନେବ।




