ଅପରାଧ

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୋଶଗଙ୍ଗ ବରଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ମୃତଦେହକୁ ପାଇଖାନା ଟାଙ୍କିରେ ଲୁଚାଇ ରଖିଥିବା ଅଭିଯୋଗରେ ସ୍ୱାମୀକୁ ପୋଲିସ୍ ଅଟକ ରଖିଛି। ଗାଁ ଲୋକଙ୍କ ସହାୟତାରେ ପାଇଖାନା ଟାଙ୍କି ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମାଆକୁ ମାରି ବାପା ଲୁଚାଇ ରଖିଥିବା ନେଇ ପୁଅ ସୂଚନା ଦେବା ପରେ ଏହି ଜଘନ୍ୟ କାଣ୍ଡ ପଦାକୁ ଆସିଥିଲା। ପୂର୍ବରୁ ସ୍ତ୍ରୀ ନିଖୋଜ ଥିବା ନେଇ ସ୍ୱାମୀ ପୋଲିସ ନିକଟରେ ମିଛ ଅଭିଯୋଗ କରି ଆସୁଥିଲା। ବର୍ତ୍ତମାନ ରାଇଘର ପୋଲିସ୍ ଅଭିଯୁକ୍ତକୁ ଥାନାରେ ଅଟକ ରଖି ଅଧିକ ପଚରାଉଚୁରା କରୁଛି।

Related Articles

Back to top button