ଅନ୍ୟାନ୍ୟକ୍ରୀଡ଼ା

ଚଳିତ ଆଇପିଏଲରେ ପ୍ରଥମ ବିଜୟ ହାସଲ କରିଛି ସିଏସକେ।

ଭୁବନେଶ୍ୱର ,ଗତକାଲି ଦିଲ୍ଲୀକୁ ହରାଇ ଚଳିତ ଆଇପିଏଲରେ, ପ୍ରଥମ ବିଜୟ ହାସଲ କରିଛି ସିଏସକେ। ଚଳିତ ଆଇପିଏଲରେ ପ୍ରଥମ ଶତକ ଭେଟିଦେଇଥିଲେ ସଂଜୁ ସାମସନ।

୨୧୩ ରନ୍ ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ, ସମସ୍ତ ୱିକେଟ୍ ହରାଇ ୧୮୯ ରନ୍ କରିବାକୁ ସକ୍ଷମ ହୋଇଥିଲା।ଦିଲ୍ଲୀ ପାଇଁ ତିସ୍ତାନ ଷ୍ଟବସ ସର୍ବାଧିକ ୬୦ ରନ୍ ସଂଗ୍ରହ କରିଥିଲେ।

ଅନ୍ୟ ଏକ ମ୍ୟାଚରେ ପଞ୍ଜାବଠୁ ପରାଜିତ ହୋଇଛି ହାଇଦ୍ରାବାଦ୍। ଚଣ୍ଡିଗଡ଼ରେ, ଖେଳା ଯାଇଥିବା ମ୍ୟାଚକୁ ପଞ୍ଜାବ ୬ ୱିକେଟରେ ଜିତିନେଇଛି।

ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ, ୬ଟି ୱିକେଟ୍ ହରାଇ ୨୧୯ ରନ୍ ସଂଗ୍ରହ କରିଥିଲା।

ଶ୍ରେୟସ ଆୟରଙ୍କ ନେତୃତ୍ବରେ, ପଞ୍ଜାବ ୧୮.୫ ଓଭରରେ, ୪ଟି ୱିକେଟ୍ ହରାଇ ୨୨୩ ରନ୍ କରିବା ସହ ମ୍ୟାଚ୍ ଜିତି ନେଇଥିଲା।ସେ ୧୧୫ ରନ୍ କରିଥିବା ବେଳେ ଆୟୁଷ ମାହୋତ୍ରେ ୩୬ଟି ବଲ୍ ଖେଳି ୫୯ ରନ୍ ସଂଗ୍ରହ କରିଥିଲେ।

Related Articles

Back to top button