
ଭୁବନେଶ୍ୱର ,କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇ ଆସିଛି ବଡ଼ ଖବର…. NC-JCMର ଏକ ଗୁରୁତ୍ୱପୂର୍ଣ୍ଣ ବୈଠ ଏପ୍ରିଲ ୧୩, ୨୦୨୬ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକ ସମୟରେ, ଅଷ୍ଟମ ବେତନ କମିଶନଙ୍କୁ ଦାଖଲ ହେବାକୁ ଥିବା ଚୂଡ଼ାନ୍ତ ସ୍ମାରକପତ୍ରକୁ ଚୂଡ଼ାନ୍ତ କରାଯିବ । ଏହି ଡକ୍ୟୁମେଣ୍ଟ ଶେଷରେ, ଆପଣଙ୍କ ଦରମା ଏବଂ ପେନସନର ଭବିଷ୍ୟତ ନିର୍ଣ୍ଣୟ କରିବ।ଅଷ୍ଟମ ବେତନ କମିଶନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ପ୍ରକାଶ ପାଇବା ଆରମ୍ଭ ହୋଇଛି। ଦରମା ଏବଂ ପେନସନ ବୃଦ୍ଧି ପାଇଁ ଅପେକ୍ଷା କରିଥିବ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏପ୍ରିଲ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି।NC-JCM ସଚିବ ଶିବ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଏହି ବୈଠକରେ ରେଳ, ପ୍ରତିରକ୍ଷା ଏବଂ ଡାକ ସେବା ସମେତ ବିଭିନ୍ନ ବିଭାଗର ପ୍ରତିନିଧିମାନେ ଯୋଗଦେବେ। ବୈଠକର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଦରମା, ଭତ୍ତା ଏବଂ ପେନସନ ସର୍ତ୍ତାବଳୀ ସମ୍ପର୍କରେ ସମସ୍ତ କର୍ମଚାରୀ ସଂଗଠନ ମଧ୍ୟରେ ଏକ ସହମତି ପ୍ରସ୍ତୁତ କରିବା ଏବଂ ପରବର୍ତ୍ତୀ ସମୟର ଏହି ଏକୀକୃତ ମତାମତ କମିଶନଙ୍କ ନିକଟରେ ଦାଖଲ କରିବା।ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁର ସଂସଦରେ ସ୍ପଷ୍ଟ କରିଛନ୍ତି ଯେ, ୮ମ ବେତନ କମିଶନ ଏହାର ଗଠନର ୧୮ ମାସ ମଧ୍ୟରେ, ଏହାର ସୁପାରିଶ ଦାଖଲ କରିବ।




