
ଭୁବନେଶ୍ୱର,ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୨୦୨୬ର ଭୋଟ ତାଲିକା, ପ୍ରକାଶ ପାଇବ। ଏହି ଭୋଟର ତାଲିକାକୁ ଆଧାର କରି ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ କରାଯିବ ଏବଂ ଏହି ତାଲିକା ଅନୁସାରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଜନଗଣନା ଉପରେ, ନିର୍ବାଚନ ହେବ ନାହିଁ କି ପୂର୍ବରୁ କେବେ ବି ହୋଇନାହିଁ ବୋଲି, ସେ ସ୍ପଷ୍ଟ କରିଛନ୍ତି।ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତିସଭ୍ୟ ଆସନ ସଂରକ୍ଷଣ ପାଇଁ ପ୍ରକାଶ ପାଇଥିବା, ବିଜ୍ଞପ୍ତି ଉପରେ ୧୭ତାରିଖ ଭିତରେ ଅଭିଯୋଗ, ଆବେଦନ କରିହେବ। ୨୪ତାରିଖ ସୁଦ୍ଧା ଅଭିଯୋଗ ଶୁଣାଣି କରି, ୨୯ସୁଦ୍ଧା ଚୂଡ଼ାନ୍ତ ଆସନ ସଂରକ୍ଷଣ ତାଲିକା ,ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କୁ ଜଣାଇବେ। ରାଜ୍ୟରେ ୨୦୨୭ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ୱାର୍ଡ଼ମେମ୍ବର, ସମିତି ସଭ୍ୟ, ସରପଞ୍ଚ, ଜିଲା ପରିଷଦ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଏବଂ ଜିଲା ପରିଷଦ, ଅଧ୍ୟକ୍ଷ ଆସନ ସଂରକ୍ଷଣ ନେଇ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ, ଆୟୁକ୍ତ ତଥା ସଚିବ ଗିରୀଶ ଏସ୍.ଏନ୍ ସମସ୍ତ ଜିଲାପାଳଙ୍କୁ, ଚିଠି ଲେଖିଛନ୍ତି। ଆସନ ସଂରକ୍ଷଣ ସ୍ଥିର କରି ଚଳିତ ମାସ ୩୦ ସୁଦ୍ଧା ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦେବାକୁ ପଡ଼ିବ ବୋଲି ଚିଠିରେ ଦର୍ଶାଯାଇଛି।




