ଅନ୍ୟାନ୍ୟରାଜନୀତି

ମହାନଦୀ ଟ୍ରିବ୍ୟୁନାଲ ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି।

ଭୁବନେଶ୍ୱର ,୨୦୨୭ ଜାନୁଆରୀ ୧୩ ଯାଏଁ ମହାନଦୀ ଟ୍ରିବ୍ୟୁନାଲ ଅବଧିକୁ, କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ଶନିବାର ଏହି ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ଏପ୍ରିଲ ୧୩ରେ ଶେଷ ହେଉଥିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଜଳ ସମ୍ପଦ ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।ଗତ ମାର୍ଚ୍ଚ ୨୮ରେ ଅନୁଷ୍ଠିତ ନ୍ୟାୟାଧିକରଣ ଶୁଣାଣି ତଥ୍ୟାନୁଯାୟୀ ଜଳବିବାଦର, ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଗଠିତ ‘ଜଏଣ୍ଟ ଟେକ୍ନିକାଲ କମିଟି’ ଆଲୋଚନା ‘ଅଗ୍ରଗତି ରିପୋର୍ଟ’ ଦାଖଲ କରିପାରିନାହିଁ। କେତେକ ପ୍ରସଙ୍ଗରେ ଟେକ୍ନିକାଲ କମିଟିର ଆପତ୍ତି ଯୋଗୁଁଁ ଏହି ରିପୋର୍ଟ ଦାଖଲ ହୋଇପାରିନଥିବା, ନ୍ୟାୟାଧିକରଣଙ୍କୁ ଅବଗତ କରାଯାଇଛି। ଓଡ଼ିଶା ସରକାର ଜଳବିବାଦର ଆପୋସ ସମାଧାନ ନିମନ୍ତେ ନ୍ୟାୟାଧିକରଣରେ ‘ଷ୍ଟାଟସ ନୋଟ୍’ ଦାଖଲ କରିଛନ୍ତି।ଛତିଶଗଡ଼ ଓ ଓଡ଼ିଶାରେ ,ମହାନଦୀ ଅବବାହିକା ଅଞ୍ଚଳରେ ଜଳପ୍ରବାହକୁ, ଅନୁଧ୍ୟାନ କରିବା ପାଇଁ ନ୍ୟାୟାଧୀକରଣଙ୍କ ବିଚାରପତି ଏବଂ ବୈଷୟିକ, ଦଳ ୫ ଦିନିଆ ଗସ୍ତ ସାରି ମାର୍ଚ୍ଚ ୨ରେ ଦିଲ୍ଲୀ ଫେରିଥିଲେ।ପ୍ରାୟ ଆଠ ବର୍ଷ ଅବଧି କାଳରେ ଓଡ଼ିଶାର ଦାବି ମୁତାବକ ଛତିଶଗଡ଼ରେ ମହାନଦୀ ଅବବାହିକା ଅଞ୍ଚଳରେ ଜଳପ୍ରକଳ୍ପ ନିର୍ମାଣକୁ ରୋକିବା ଏବଂ ଅଣମୌସୁମୀ କାଳରେ ମହାନଦୀରେ ଅତିକମ୍‌ରେ ୧.୭୨ ଟିଏମ୍‌ସି ଜଳପ୍ରବାହ ସୁନିଶ୍ଚିତ କରିବା ବିଷୟରେ ନ୍ୟାୟାଧୀକରଣ କୌଣସି ଆଦେଶନାମା ଜାରି କରିପାରିନାହାନ୍ତି।

Related Articles

Back to top button