
ଭୁବନେଶ୍ୱର,ଓଡ଼ିଶାର ଗଞ୍ଜାମ ଜିଲା ଅଧୀନରେ ବ୍ରହ୍ମପୁର ଏକ ପ୍ରମୁଖ ସହର ଏବଂ ମହାନଗର ନିଗମ ହୋଇଥିବାବେଳେ, ପୁସ୍ତକରେ ଏହାକୁ ଜିଲା ବୋଲି ଉଲ୍ଲେଖ କରାଯାଇଛି।
ଏହାକୁ ନେଇ ଶିକ୍ଷକ, ଅଭିଭାବକ ମହଲରେ ଉଦ୍ବେଗ ପ୍ରକାଶ ପାଇଛି।
ତ୍ରୁଟି ସଂଶୋଧନ କରିବାକୁ ଦାବି ହେଉଛି।
ପଞ୍ଚମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ସାମ୍ନାକୁ ଆସିଛି।
ପଞ୍ଚମ ଶ୍ରେଣୀର ସାମାଜିକ ବିଜ୍ଞାନ ‘ଆମେ ବିଚିତ୍ର ବିଶ୍ବ’ର ପ୍ରଥମ ପ୍ରସଙ୍ଗରେ, ପୃଷ୍ଠା-୪ରେ ବ୍ରହ୍ମପୁରକୁ ଏକ ଜିଲା ଭାବେ ବର୍ଣ୍ଣନା କରାଯାଇଛି।




