Uncategorized
୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି


ଭୁବନେଶ୍ୱର: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ମହାନଦୀ ଟ୍ରିବ୍ୟୁନାଲ ଅବଧି ଏପ୍ରିଲ ୧୩ରେ ସରୁଥିଲା। ସୂଚନାଯୋଗ୍ୟ, ଓଡ଼ିଶା ଏବଂ ଛତିଶଗଡ଼ ୨୦୨୭ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ ଅବଧି ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ମହାନଦୀ ଜଳ ବିବାଦର ସମାଧାନ ଲାଗି ମହାନଦୀ ଟ୍ରିବ୍ୟୁନାଲ ୨୦୧୮ ମାର୍ଚ୍ଚରେ ଗଠନ ହୋଇଥିଲା। ନିୟମ ଅନୁଯାୟୀ, ଏହି ବିବାଦର ଅନ୍ତ ୩ ବର୍ଷ ମଧ୍ୟରେ ହେବାକଥା। ମାତ୍ର ପ୍ରଥମ ପର୍ଯ୍ୟାୟରେ ଏହା ବଢ଼ି ୨୦୨୩ ମାର୍ଚ୍ଚରେ ଫଇସଲା ହେବାକୁ ଥିଲା। ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହାର କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୧୩ ଯାଏ ବଢ଼ାଯାଇଥିଲା।




