Uncategorized

ଚର୍ଚ୍ଚାରେ ମୋଦି-ରାହୁଲଙ୍କ ବାର୍ତ୍ତାଳାପ – Bastabbadi

ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ସରକାର ଓ ବିରୋଧୀଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ସାଧାରଣ କଥା, କିନ୍ତୁ ବେଳେବେଳେ କିଛି ଦୃଶ୍ୟ ଗଣତନ୍ତ୍ରର ସୁନ୍ଦର ପରମ୍ପରାକୁ ଦର୍ଶାଇଥାଏ। ଆଜି ସଂସଦ ପରିସରରେ ଏମିତି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି, ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ ସୌଜନ୍ୟମୂଳକ ବାର୍ତ୍ତାଳାପ ହୋଇଛି। ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ପ୍ରଧାନମନ୍ତ୍ରୀ ସଂସଦ ପରିସରସ୍ଥ ‘ପ୍ରେରଣା ସ୍ଥଳ’କୁ ଯାଇଥିଲେ। ସେଠାରେ ପୁଷ୍ପମାଲ୍ୟ ଅର୍ପଣ ପରେ ଫେରିବା ସମୟରେ ସେ ରାହୁଲ ଗାନ୍ଧୀଙ୍କ ସହ କଥା ହେବା ପାଇଁ କିଛି ସମୟ ଅଟକି ଯାଇଥିଲେ। ପ୍ରାୟ ଦେଢ ମିନିଟ୍ ଧରି ଉଭୟ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା। ରାହୁଲ ବେଶ୍ ସମ୍ଭ୍ରମତାର ସହ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ରାଜନୈତିକ ବାଦବିବାଦ ଭିତରେ ଶୀର୍ଷ ନେତୃତ୍ୱଙ୍କ ଏହି ସୌଜନ୍ୟମୂଳକ ଆଚରଣ ଭାରତୀୟ ଗଣତାନ୍ତ୍ରିକ ପ୍ରକ୍ରିୟାର ଏକ ଶୁଭଙ୍କର ଦିଗକୁ ଉଜ୍ଜୀବିତ କରିଛି।

Related Articles

Back to top button