Uncategorizedଐତିହ୍ୟ ଓ ସଂସ୍କୃତିଓଡ଼ିଶା

୪ ଦିନ ଚାଲିବ ସାଲେପୁର ମହୋତ୍ସବ ଏବଂ ମଧୁବାବୁ ଜୟନ୍ତୀ ଉତ୍ସବ

ମୋବାଇଲ ନ୍ୟୁଜ୍ 24×7 ବ୍ୟୁରୋ,    ଏପ୍ରିଲ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ପାଳିତ ହେବ ସାଲେପୁର ମହୋତ୍ସବ ଏବଂ ମଧୁବାବୁ ଜୟନ୍ତୀ ଉତ୍ସବ । ଉତ୍କଳ ଗୌରବ ମଧୁବାବୁ ଜୟନ୍ତୀ କମିଟି ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ସାଲେପୁର ହାଇସ୍କୁଲ ପଡ଼ିଆରେ ୪ ଦିନ ଚାଲିବ । ସାଲେପୁରର ପୂର୍ବତନ ବିଧାୟକ ତଥା ମଧୁବାବୁ ଜୟନ୍ତୀ କମିଟିର ଆବାହକ ପ୍ରକାଶ ଚନ୍ଦ୍ର ବେହେରା ଏହି ସୂଚନା ଦେଇଛନ୍ତି ।

ଏହି ଅବସରରେ ଆୟୋଜିତ ପ୍ରାକ ପ୍ରସ୍ତୁତି ବୈଠକରେ ଅସନ୍ତୋଷ ଝାଡ଼ିଥିଲେ ପ୍ରକାଶ ବେହେରା । ସେ କହିଥିଲେ ମଧୁବାବୁ ହେଉଛନ୍ତି ନବ ଉତ୍କଳର ଜନକ । ତାଙ୍କୁ ଯେଉଁଭଳି ଭାବେ ଓଡିଶା ମାଟିର ସମ୍ମାନ ଦେବକଥା ତାହା ଆଜି ପର୍ଯ୍ୟନ୍ତ କୌଣସି ବି ସରକାର ଦେଲେନାହିଁ । ଆମ ଜୟନ୍ତୀ କମିଟି ଏକଥା ଘରେ ଘରେ ପହଁଞ୍ଚାଇବ । ସେହିପରି ମଧୁବାବୁଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଉଭୟ ଭାରତ ଏବଂ ଓଡିଶା ସରକାରଙ୍କ ପାଖରେ ମହୋତ୍ସବ ମାଧ୍ୟମରେ ଦାବି ରଖାଯିବ ବୋଲି ପ୍ରକାଶ  କହିଛନ୍ତି ।

Related Articles

Back to top button