
ଭୁବନେଶ୍ୱର ,ରତ୍ନଭଣ୍ଡାର ଗଣତି, କାଲି ଭଳି ଆଜି ବି ଗଣତି ହେବ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଉପସ୍ଥିତିରେ ଚାଲିଥିବା ଦ୍ବିତୀୟ ପର୍ଯ୍ୟାୟ ଗଣତି ଆଜି ବି ହେବ। ପ୍ରଥମେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ୧୩ ଓ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି ଚାଲିବ। ଗତକାଲି ଶ୍ରୀମନ୍ଦିର ଯାଇ ରତ୍ନଭଣ୍ଡାର ଗଣତି ମଣତିର ଅନୁଧ୍ୟାନ କରିଛନ୍ତି, ଗଜପତି ମହାରାଜା।। ଅନୁଧ୍ୟାନ କରିବା ପରେ ଗଜପତି ମହାରାଜା କହିଛନ୍ତି, ସମୟ ଲାଗୁ ପଛେ, ଭଲ ଭାବେ, କରାଯିବା ଦରକାର। ଭବିଷ୍ୟତରେ ଯେପରି ଦ୍ବନ୍ଦ୍ବ ସୃଷ୍ଟି ନହେଉ ସେଥିପ୍ରତି ମଧ୍ୟ ଗୁରୁତ୍ବ ଦେଇଛନ୍ତି ଗଜପତି ମହାରାଜା।ବାହାର ଭଣ୍ଡାରରେ, ବିଶେଷ କରି ସୁନାବେଶ, ରାଜରାଜେଶ୍ୱର ବେଶରେ ବିଭୂଷିତ ହେଉଥିବା ସୁବର୍ଣ୍ଣ ଅଳଙ୍କାର, ବାହାର ଭଣ୍ଡାରରେ ରହିଛି। ତେଣୁ ଏହାର ଗଣତି ଅଧିକ ଦିନ ଚାଲିପାରେ। ଗଣତି ଅଳଙ୍କାରର, 3D ମ୍ୟାପିଂ, ଫଟୋଗ୍ରାଫି, ଭିଡିଓଗ୍ରାଫି ବି କରାଯିବ। ପରେ ମଣତି ଭଣ୍ଡାର ମେକାପଙ୍କୁ ଦିଆଯିବ।




