
ଭୁବନେଶ୍ୱର ,ଟିକଟକ୍, ଇନଷ୍ଟାଗ୍ରାମ୍, ଫେସବୁକ୍ ଆଦି ବ୍ୟବହାର କରିବାକୁ ନିଷିଦ୍ଧ କରାଯିବ। ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ୁଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ସରକାର କହିଛନ୍ତି ଯେ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ, ପିଲାଙ୍କୁ କ୍ଷତି ପହଞ୍ଚାଉଛି। ଏକ ସର୍ଭେ ଅନୁଯାୟୀ ପାଖାପାଖି ୮୦% ଗ୍ରୀସ୍ ନାଗରିକ ଏହି ନିଷେଦ୍ଧାଜ୍ଞାକୁ, ସମର୍ଥନ କରୁଛନ୍ତି। ଏହି ନିୟମ ଉଲ୍ଲଙ୍ଘନ କଲେ, ସଂପୃକ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଜରିମାନା ହେବ। ପୂର୍ବରୁ ଅଷ୍ଟ୍ରେଲିଆ ଓ ଫ୍ରାନ୍ସରେ ମଧ୍ୟ ୧୫ ବର୍ଷ କମ୍ ବୟସ୍କ ଶିଶୁଙ୍କ, ସୋସିଆଲ ମିଡିଆ ବ୍ୟବହାର ଉପରେ ବ୍ୟାନ୍ ଲାଗିଛି। ଏସବୁ ଭିତରେ ଭାରତରେ ମଧ୍ୟ ,ଏଭଳି କଡ଼ା ନିୟମ ଆଣିବାକୁ ଦାବି ଜୋର୍ ହୋଇଛି ଅଷ୍ଟ୍ରେଲିଆ, ଫ୍ରାନ୍ସପରେ ଗ୍ରୀସରେ ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟାନ୍। ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ନିଷେଧ କରିଛନ୍ତି ଗ୍ରୀସ୍ ସରକାର। ଏହି ନିୟମ ଆସନ୍ତା ବର୍ଷଠୁ ଲାଗୁ କରାଯିବ। ନୂଆ ନିୟମ ଅନୁସାରେ, ୧୫ ବର୍ଷରୁ କମ୍ ବୟସର ଅର୍ଥାତ ୨୦୧୨ ଜାନୁଆରୀ ୧ ପରେ ଜନ୍ମିତ ପିଲାଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ସମ୍ପୂର୍ଣ୍ଣ ମନା।




