ମୋବାଇଲ ନ୍ୟୁଜ୍ 24×7 ବ୍ୟୁରୋ; ଝାମୁପାଟୁଆ ଯାତ୍ରାକୁ ଆଖରେ ରଖି ଲକ୍ଷାଧିକ ଟଙ୍କାର ସାମଗ୍ରୀ କିଣିଥିଲେ । କିନ୍ତୁ ସବୁକିଛି ପୋଡ଼ି ପାଉଁଶ ହୋଇଗଲା । ଏପରି ଘଟଣା ଘଟିଛି ସାଲେପୁର ବ୍ଲକ ଗଙ୍ଗେଶ୍ୱର ବଜାରରେ ଥିବା ସାରଳା ଭେରାଇଟି ଷ୍ଟୋରରେ । ଏହି ଦୁଃଖଦ ଘଟଣାରେ ଭାଙ୍ଗି ପଡ଼ିଛନ୍ତି ଦୋକାନ ମାଲିକ ଦତ୍ତହରି ସାହୁ । ନିକଟରେ ଲକ୍ଷାଧିକ ଟଙ୍କାର ଫଳ, ଥଣ୍ଡା, ଷ୍ଟେସନାରୀ ସହ ଅନ୍ୟାନ୍ୟ ସାମଗ୍ରୀ କିଣିଥିଲେ । ଦୁଇ ପଇସା ଲାଭ ହୋଇଥିଲେ ପରିବାର ସୁରୁଖୁରୁରେ ଚଳିଥାନ୍ତେ । କିନ୍ତୁ ଜିନିଷଗୁଡ଼ିକ ବିକ୍ରି ହେବା ଆଗରୁ ନିଆଁ ସବୁକିଛି ପାଉଁଶ କରିଦେଲା । ଦଳକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଅଧିକାଂଶ ସାମଗ୍ରୀ ପୋଡ଼ିଯାଇଛି ।
Related Articles
Check Also
Close




