ଓଡ଼ିଶାଜୀବନଶୈଳୀ

ରାଜ୍ୟ ଆଇଟି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର, ସରକାରୀ କାର୍ଯ୍ୟାଳୟ, ଡାକ୍ତରଖାନା, ବଜାର, ଘରୋଇ ପ୍ରତିଷ୍ଠାନ ସବୁଠାରେ, ସିସିଟିଭି ଲାଗିବ ଏବଂ ଏହାର ନିୟନ୍ତ୍ରଣ କମାଣ୍ଡ ସେଣ୍ଟର ହାତରେ ରହିବ। ରାଜ୍ୟର ପ୍ରତ୍ୟେକ ସହରାଞ୍ଚଳକୁ ସିସିଟିଭି ସର୍ଭିଲାନ୍ସ ଅଧୀନରେ ରଖିବା ପାଇଁ ଓକାକ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି। ଅତ୍ୟାଧୁନିକ ଜ୍ଞାନକୌଶଳ ଆଧାରରେ ପରିଚାଳିତ ହେବାକୁ, ଥିବା ଏହି ସର୍ଭିଲାନ୍ସ ବ୍ୟବସ୍ଥାରେ, ଜନସାଧାରଣ ଏବଂ ସରକାରଙ୍କ ଗୋପନୀୟତାକୁ ଗୁରୁତ୍ୱ ଦିଆଯିବ।ବଡ଼ ସହରରେ ଲାଗିଥିବା ସବୁ ସିସିଟିଭି ସରକାରଙ୍କ ନିୟନ୍ତ୍ରଣରେ ନାହିଁ। ଏଥିସହ ପାରମ୍ପରିକ ସିସିଟିଭି ଆବଶ୍ୟକ ସମୟରେ ଉପାଦେୟ ହୋଇପାରୁ ନାହିଁ। ସାମ୍ପ୍ରତିକ ସମସ୍ୟା ଓ ଭବିଷ୍ୟତର ଆହ୍ୱାନକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଷ୍ଟାଣ୍ଡାର୍ଡାଇଜ ଆଣ୍ଡ ଫେଡେରେଟେଡ ସିସିଟିଭି ସର୍ଭିଲାନ୍ସ ଫ୍ରେମ୍‌ୱାର୍କ ନାମରେ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏହା ଅଧୀନରେ ଏପିଆଇ କଣ୍ଟ୍ରୋଲ, ସାଇବର ସିକ୍ୟୁରିଟି ଆବଶ୍ୟକତା ପୂରଣ କରୁଥିବା ସିସିଟିଭି ଲାଗିବ। ଓକାକ୍ ପକ୍ଷରୁ ଏକ ୟୁନିଫାଏଡ୍ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ନିର୍ମାଣ କରାଯିବ, ଯେଉଁଠାରେ ବିଭିନ୍ନ ସ୍ଥାନ ଉପରେ ନଜର ରଖାଯାଇ ପାରିବ।ଆଇନଶୃଙ୍ଖଳା, ସାଇବର ଅପରାଧ, ବିପର୍ଯ୍ୟୟ ଓ ଟ୍ରାଫିକ ପରିଚାଳନା ସମେତ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ରାଜ୍ୟ ଆଇଟି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି; ସମ୍ପ୍ରତି କଟକ, ଭୁବନେଶ୍ୱର ଭଳି କିଛି ପ୍ରମୁଖ ସହରରେ ସିସିଟିଭିର ବହୁଳ ବ୍ୟବହାର ହେଉଛି। ତେବେ ବିଭିନ୍ନ କ୍ଷେତ୍ରରୁ ବିପଦ ଓ ଆହ୍ୱାନ ବଢ଼ି ଚାଲିଥିବା ବେଳେ, ସାରା ରାଜ୍ୟ ଉପରେ ସରକାରଙ୍କ ନଜର ରହିବା ଜରୁରୀ।

Related Articles

Back to top button