Uncategorized
ଭିଜିଲାନ୍ସ ଜାଲରେ ଜଳସେଚନ ଯନ୍ତ୍ରୀ – Bastabbadi


ଭୁବନେଶ୍ୱର: ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍ । କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ ଯାଜପୁର ଆଦି ୬ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି । ପାଖାପାଖି ୭ଲକ୍ଷଟଙ୍କାର ନଗଦ ରାଶି ଜବତ କରାଯାଇଥିବାବେଳେ ସୁନାଗହଣା ମଧ୍ୟ ଜବତ ହୋଇଛି । ୧୩ ଲକ୍ଷ ୪୭ ହଜାର ଟ୍ରାଭେଲ୍ ବିଲ୍ ସହିତ ଅନେକ ଦାମୀ ହାତଘଣ୍ଟା ମଧ୍ୟ ଭିଜିଲାନ୍ସ ବିଭାଗ ଜବତ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ, ଚଢାଉ ଶେଷ ହେବା ପରେ ସବିଶେଷ ତଥ୍ୟ ମିଳିବ ।



